Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Purita Rana

Others

4.4  

Purita Rana

Others

ଆମ ଗାଁ

ଆମ ଗାଁ

1 min
1.5K


ଜାମପଡାରେ ମୋର ଜନମଅଟଇ

ଜାମପଡାରେ ମୋର ଘର ।

ଗ୍ରାମନାମ ମୋର ଜାମପଡା ଅଟଇ

ସହଜେ ଚାରିଅକ୍ଷର ।

ଗ୍ରାମ ମାଁ ଗ୍ରାମଦେବୀ ଯେ ମାଁ ଗୁଜେନମାଉଳି

ସ୍ନେହମୟୀ ସେତ ଦୟମୟୀଗୋ ଅଟେ ଜଗତଜନନୀ ।

ତାର କୃପାବଳେ ବଞ୍ଚି ଅଛି ମୁଁ ବଞ୍ଚି ଅଛି ମୋରମାଟି

ଅସୀମ କୃପାଦୃଷ୍ଟି ତାର ପଡ଼ିଥାଉ ଗ୍ରାମରେ ମୋର ।

ଗ୍ରାମରେ ଆମର ଅନେକ ଜାତିର

କେ କହେ କୁମ୍ଭାର କେ କହେ ଗହୁର କିଏ କହେ ଆଦିବସୀ ।

ସଭିଙ୍କ ମନରେ ଭାତୃତ୍ୱଭାବ

ଫୁଟିଅଛି ଗ୍ରାମରେ ଆମର ।

କି ସୁନ୍ଦର ଆହକି ମନୋହର ଏ ଗ୍ରାମର ନାମ

ଯେଉଁଠି ଫୁଟିଅଛି ପ୍ରେମର ନାମ ।

ଧନୀ ଗରିବ ନାହିଁ ଭେଦଭାବ

ସବୁବ୍ୟକ୍ତି ପାଖରେ ଅଛି ପ୍ରେମର ଭାବ ।

କହେ ସେ ଏ ସଂସାର

ଆମ୍ଭ ଗ୍ରାମ ଅଟେ ସବୁଠୁଁ ସୁନ୍ଦର ।



Rate this content
Log in