STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ତମସୋ ମାଂ ଜ୍ୟୋତିର୍ଗମୟ

ତମସୋ ମାଂ ଜ୍ୟୋତିର୍ଗମୟ

1 min
213


ହୃଦୟ କନ୍ଦର ଗହ୍ଵର ପ୍ରାନ୍ତରୁ ଦୀପକ ରାଗ ର ସ୍ଵର

ଅନୁରଣିତ ତୋ ହୋଇ ଉଠୁ ଧନ ଆଜିର ଦୀପାବଳୀ ରେ

ବସୁଧେବ କୁଟୁମ୍ବ କମ୍ ହୋଇରଠୁ ଏଇ ଜମ୍ଵୁଦ୍ଦୀପ ମୋର

ଆଲୋକିତ କରୁ ସାରା ବିଶ୍ଵ ତୋ ପ୍ରଜ୍ଞା ଆଲୋକ ଶିଖା ରେ ।


ଅଜ୍ଞାନ ଅନ୍ଧାରେ ଅବୋଧ ମାନବ ଦାନବ ସମାନ କର୍ମ

କରେ ଅତ୍ୟାଚାର ଯୁଦ୍ଧ ବିଭୀଷିକା ଧ୍ଵଂସ ପଥେ ୟେ ମେଦିନୀ

ଡୁବି ଗଲାବେଳେ ଦୀପାବଳୀ ଛଳେ ତୋ ହୃଦୟେ ‌ଦିବ୍ୟଜ୍ଞାନ

ଦୀପ ଜଳିଉଠୁ ସତ୍ୟ‌ ଧର୍ମ ଶିଖା ଉଜ୍ଵଳ କରୁ ଧରଣୀ‌ ।


ବିଶ୍ଵକୁ ଦେଇଛି ଏଇ ଜମ୍ଵୁଦ୍ଦୀପ ମୁନି ଋଷି ବେଦ ବାକ୍ୟ

ଶାନ୍ତିର ମନ୍ତ୍ର ଉଦ୍ଭାବକ ଏଇ ମାଟି ମା,ର ଅନ୍ତର ବାଣୀ

ଉତ୍ପତି କାଳରୁ ଆଜି ପର୍ଯ୍ୟନ୍ତ ଗାନ୍ଧୀ ବୁଦ୍ଧଦେବ ଅଶୋକ

ବିଶ୍ଵ ଚକିତ ଓଁ' ଶାନ୍ତି ମନ୍ତ୍ରେ ଧନ୍ୟ ଜମ୍ଵୁଦ୍ଦୀପ ବିନ୍ଧାଣି ।


ସତ୍ୟ ଦୀପକ ଧର୍ମ ଦୀପକ ଜ୍ଞାନର ଦୀପକ ଜାଳି

ଶାନ୍ତି ମନ୍ତ୍ରର ଉଜ୍ଵଳ ଶିଖାରେ ଅଜ୍ଞାନ ତିମୀର ତଡି

ନିଘଞ୍ଚ ତମିସ୍ରା ଆବରଣ ତଳୁ ମୋତେ କରିଦିଅ ମୁକ୍ତି

ଜ୍ଞାନ ଆଲୋକରେ ବିଶ୍ଵ ଝଳି ଉଠୁ ମିଳିବରେ ପରାଂଗତି ।


ମୁକ୍ତ ହୃଦୟ ରେ ଯୁକ୍ତ ମନ ନେଇ ଆଜିର ଆଲୋକ ପର୍ବ

ପାଳନ କରତୁ ଭାଇ ଭାଇ ମିଳି ଭୁଲି ଯେତେ ଭେଦଭାବ

ସ୍ନେହ ସରାଗର ଆତସ ବାଜିରେ ଚମକି ଊଠୁ ରେ ବିଶ୍ଵ

ଆଲୋକିତ ହେଉ ଏକମନ ବିଶ୍ଵ ଜଳୁରେ ପ୍ରେମ ପ୍ରଦୀପ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational