STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମୋ ମାର ହାତ ରନ୍ଧା

ମୋ ମାର ହାତ ରନ୍ଧା

1 min
227


ମୋ ମା ର ହାତ ରନ୍ଧା ପରି ଆଉ କାହାର ହେବ

ଯିଏ ମୋ ମନ ଜାଣି ସବୁ ଖୁଆଇ ଦେବ

ପିଲା ଦିନୁ ମୋ ପାଇଁ କେତେ କଷ୍ଟ ସହିଛି

ମୋ ମନ ଜାଣି ସବୁ ମୋତେ ଖୁଆଇ ଦେଇଛି

ମୋ ମା ହାତ ରେ ଯେଉଁ ସ୍ୱାଦ ମିଳୁଛି

ସେ ତ ଭାରି ନିଆରା ମୋ ପାଇଁ ହୋଇଛି

ମୋ ମା ତୋ ହାତରେ ତୁ ଯାହା ଦେଉଛୁ

ନିଜେ ନ ଖାଇ ସବୁ କିଛି ମୋତେ ଖୁଆଇ ଦେଉଛୁ

ତୋ ପରି ମମତା ମୟୀ ମା କେଉଁଠୁ ପାଇବି

ତୋ ହାତ ରନ୍ଧା ପାଇ ସରଗ ସୁଖ ଲଭିବି

ମୋ ମନ ଜାଣି ସବୁ ମୋତେ ଆଣି ଦେଇଛୁ

ମୋ ଦୁଃଖ ବେଳେ ସଦା ମୋ ସାଥିରେ ରହିଛୁ

ମା ମୋ କଥା ତୋ ବିନା ଆଉ କିଏ ଜାଣିବ

ମୋ ମନ ଜାଣି କିଏ ମୋ ଲୁହ ପୋଛି ଦେବ

ଯେତେ ଦୂରେ ଥିଲେ ବି ତୋ ହାତ ରନ୍ଧା ମନେ ପଡୁଛି

ଯେତେ ଖାଇଲେ ବି ତୋ ହାତ ରନ୍ଧା ମନେ ରହିଛି

ତୋ ହାତ ରେ ଯାହା ରାନ୍ଧି ଦେଇ ଥାଉ

ତୋ ହାତ ରେ ଅମୃତ ମୋ ପାଇଁ କରିଦେଉ

ଦୁନିଆରେ ଆଉ କିଛି ଲୋଡ଼ା ନାହିଁ ମୋର

ତୋ ହାତ ରନ୍ଧାରେ ତୃପ୍ତି ମିଳେ ମା ସାଥେ ରହିବି ତୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational