STORYMIRROR

Kalandi pal

Inspirational

3  

Kalandi pal

Inspirational

ଦୀପାବଳିର ବିଧି ବିଧାନ

ଦୀପାବଳିର ବିଧି ବିଧାନ

1 min
183


ଆଜି ଦୀପାବଳି  ବିଧି ବିଧାନ

ଆଲୋକେ ସଜାଇ ଗୃହ ତୋରଣ ।


ହିନ୍ଦୁ ପରମ୍ପରା   ଦେଇ ସମ୍ମାନ

ପୂର୍ବ ପୁରୁଷଙ୍କ    ଯିବା ଶରଣ ।


ଘର ଲିପପୋଛା  ସକାଳୁ କରି

ସୁସ୍ୱାଦୁ ଭୋଜନ  ରନ୍ଧନ ସାରି ।


ପିଠା ପଣା ପୁଣି କେତେ ଦରବ

ପୂର୍ବ ପୁରୁଷଙ୍କୁ   ସମର୍ପି ଦେବ ।


କାଉଁରିଆ କାଠି ହୁଅଇ ଲୋଡା

ଏକୋଇଶି  ଖଣ୍ଡେ ହୁଅଇ ବିଡା ।


ନଈ ଲଟି ପୁଣି   ଚିମିରି ଲଟି

ଦଣ୍ଡା ବାଳୁଙ୍ଗା ଯେ ଥିବ ସାଥେଟି ।


ଆଖୁ ଗଜ ଖଣ୍ଡେ  ସଂଗ୍ରହ କରି

ଗଳି ଗୁଆ ଦେବା ତା ମଧ୍ୟେ ଭରି ।


କାଂଶିରେ କରିବ  ଆଳତି କାଠି

ଗୁଆ ଘିଏ ସଜ   ଦୀପ ବଇଠି ।


ପୂର୍ଣ୍ଣ କୁମ୍ଭଟିଏ  ପାଶେ ବସାଇ

ପଞ୍ଚ ମୁରୁଜକୁ  ଦେବ ବିଛାଇ ।


ସଞ୍ଜ ବେଳେ ନାନା ଭୋଗ ବାଢିବ

ବଡ଼ବଡୁଆଙ୍କୁ   ସମର୍ପି ଦେବ ।


କାଉଁରିଆ କାଠି ନିଆଁରେ ଜାଳି

ଇଶାଣରେ ଆଗ ଦେବ ଅଞ୍ଜଳି ।


ସବୁ ସଦସ୍ୟ ଯେ ଏକାଠି ହୋଇ

ଦାଣ୍ଡରେ ଡାକିବ କାଠି ଦେଖେଇ ।


ବଡ଼ବଡୁଆ ହୋ ଅନ୍ଧାରେ ଆସି

ଆଲୋକରେ ଯାଅ ହୋଇଣ ଖୁସି ।


ସନ୍ଧ୍ୟାରେ ସରିବ  ବିଧି ବିଧାନ

ବିଲୁଆ ଡାକକୁ  ନ ଦେବ ସ୍ଥାନ ।


Rate this content
Log in

Similar oriya poem from Inspirational