STORYMIRROR

sudarsan mahapatra

Inspirational

3  

sudarsan mahapatra

Inspirational

ଦୀପାବଳୀ ଅନୁଚିନ୍ତା

ଦୀପାବଳୀ ଅନୁଚିନ୍ତା

1 min
145

ଅସତ୍ୟ ଉପରେ ସତ୍ୟର ବିଜୟ

ଅଶାନ୍ତି ବିନାଶେ ଶାନ୍ତି

ହିଂସା ସ୍ଥାନ ନେଉ ଅହିଂସା କେତନ

ଜାଗୁ ହୃଦେ ସ୍ନେହ ପ୍ରୀତି ।


ପାପ ମୋକ୍ଷ ପ୍ରାପ୍ତେ ପୂଣ୍ୟ ଝଳି ଉଠୁ

ବାଜୁ ଦିବ୍ୟ ପଞ୍ଚଜନ୍ୟ

ଜୀବନ ସଂଗ୍ରାମେ ବିଜୟ ତିଳକ

ଆଙ୍କୁ ଏବେ ଅର୍ବାଚୀନ।


ଅନ୍ୟାୟ ଅନୀତି ମିଥ୍ୟା କପଟତା

ଧ୍ବଂସ ପାଉ ଦାବାନଳେ

ଦୟା ଧର୍ମ ଦାନ ପ୍ରୀତି ସ୍ବାଭିମାନ

ଭରି ଉଠୁ ମହୀ ତଳେ ।


ଆଲୋକର ପର୍ବ ଦର୍ପ କରୁ ଖର୍ବ

ପ୍ରେମ ପାରିଜାତ ଫୁଟୁ

ସତ୍ୟ ସନାତନ ଦିବ୍ୟ ଚେତନାର

ମହମହ ବାସ ଛୁଟୁ ।


ସଞ୍ଚରିତ ହେଉ ଧରିତ୍ରୀ ଅଙ୍ଗନେ

ଆନନ୍ଦ ଉଲ୍ଲାସ ଶାନ୍ତି

ଗୁଞ୍ଜରିତ ହେଉ ଅପୂର୍ବ ଉଚ୍ଛ୍ୱାସେ

ସ୍ନେହ ସଂପ୍ରୀତିର ଗୀତି ।


ନିନାଦିତ ହେଉ ମଙ୍ଗଳ ସ୍ତବକ

ପ୍ରତିଟି ମନୁଷ୍ୟ କଣ୍ଠେ

ବିଚ୍ଛୁରିତ ହେଉ ଆଲୋକ ବର୍ଣ୍ଣାଳି

ଜୀବନର ଚଲାପଥେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational