STORYMIRROR

sudarsan mahapatra

Inspirational

4  

sudarsan mahapatra

Inspirational

ଠିକ୍ ଆଗ ପରି

ଠିକ୍ ଆଗ ପରି

1 min
374


ଟିକିଏ ଏପାଖ ସେପାଖ କରିଦେଲେ

ମିଛଟା ସତ ହୋଇଯାଏ

ଏକଥା ମୁଁ ଜାଣେ

ସତ ବି ପାଲଟିଯାଏ ଅର୍ଦ୍ଧସତ୍ୟ

ବଦଳିଯାଏ

ଆଶା ଆକାଂକ୍ଷାର ଦାୟବଦ୍ଧତା

ଠିକ୍ ଆଗ ପରି....!!


ସେଇଥିପାଇଁ ତ

ଆଖି ଯେଉଁଠିକୁ ପାଇବ ନାହିଁ

ମୁଁ ସେଇଠି ଅଛି

ମିଛ ସ୍ବପ୍ନକୁ ସତମଣି

ମିଛ ଖୁସିକୁ ସାଉଁଟି ନେଇ

ଜୀବନ ଜିଉଛି 

ଠିକ୍ ଆଗ ପରି..!!


ରାମରାଜ୍ୟ ତଲାସ କରୁ କରୁ 

ମୁଁ ଅଣ୍ଡାଳିଆଣେ

ଅନେକ ସତ୍ୟ ବହୁବାର 

ବିବାକ୍ ଅସତ୍ୟ ଭିତରୁ

ଖୋଜି ପାଏ ଆଲୋକର ସତ୍ତା

ବହଳ ଅନ୍ଧାର ଭିତରୁ 

ଠିକ୍ ଆଗ ପରି...!!


ସମ୍ଭାବନାକୁ ପୁଟ ଦେଇ ମାଖିଦିଏ

ତା'ର ଛାଞ୍ଚ ଦେହରେ

ଠିଆ କରେଇ ଦିଏ

ବାସ୍ତବ ଜୀବନରେ ପରି ଆଢ଼ୁଆଳରେ

ଠିକ୍ ଆଗ ପରି..ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational