STORYMIRROR

sudarsan mahapatra

Inspirational

3  

sudarsan mahapatra

Inspirational

ଜୀବନ ଯାତ୍ରା

ଜୀବନ ଯାତ୍ରା

1 min
208


କେତେ ରାସ୍ତା

କେତେ ନିର୍ଜନତା

ଯେତେ ସଂପର୍କ

ସେତେ ନିଃସଙ୍ଗତା

ମୋ ସାଥୀ ଧୂର୍ତ୍ତ ଖରାବେଳ

ଆକାଶ ଆକାଶ ଶୂନ୍ୟତା।


ବହି ଯାଉଥିବା ନଈଟିଏ ପରି

ମୋର ଚଲାପଥ

କେଉଁଠି ଆବଡାଖାବଡା ତ

କେଉଁଠି ସମତଳ

କେବେ ଅଙ୍କାବଙ୍କା ତ

କେବେ ସରଳରେଖାର ଜୀବନ।


ବେଳେ ବେଳେ ଝୁଣ୍ଟିବାକୁ ହୁଏ

ଜୀବନର ସରଳରେଖାରେ

ସାମ୍ନା କରିବାକୁ ହୁଏ

ଅକାଳ ଭୂମିକମ୍ପ ଅବା ବଜ୍ରାଘାତ

ଦେଖି ହୁଏନି ଆଗାମୀ କାଲିର

ସୁନେଲି ସକାଳ।


ଏ ମାଟିରେ କେତେଦିନ ଭୋଗ

ପ୍ରାଣପକ୍ଷୀ ଡହଳବିକଳ

ଶୂନ୍ୟ ଆକାଶରେ

ଛନ୍ଦି ହୋଇପଡେ

ଅକ୍ଷାଂଶ ଦ୍ରାଘିମାର 

ସ୍ପର୍ଶକାତର ସ୍ଥାନରେ

ମାପି ହୁଏନି ଅବଶିଷ୍ଟ ଜୀବନ।


ଯେମିତି ଉଡିଯିବା ପାଣି

ଉଡିଯିବା ମନ

ଝଡିଯିବା ପତ୍ର

ବୋହିଯିବା ଲୁହରେ

ସଂଗୋପିତ ଥାଏ କେତେ ଆବେଗ

ବୁଝିବାକୁ ସାଧ୍ୟ ନଥାଏ କାହାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational