STORYMIRROR

sudarsan mahapatra

Fantasy Others

3  

sudarsan mahapatra

Fantasy Others

ଚିଠିରେ ଚହଟି ହସେ

ଚିଠିରେ ଚହଟି ହସେ

1 min
221


ସକାଳ ପହର ସୁନେଲି ଖରାରେ ଚିଠିଟେ ପାରନ୍ତି ଲେଖି

ନାନାଜାତି ଫୁଲ ମହକକୁ ନେଇ ସେଥିରେ ଦିଅନ୍ତି ମାଖି,

କଅଁଳ ପତର ପରଶି ଦିଅନ୍ତା ସବୁଜ ଶ୍ୟାମଳ ରଙ୍ଗ

ମୟୁର ଚନ୍ଦ୍ରିକା ଲେଖନୀରେ ଧିରେ ଉତ୍ତାରି ଦିଅନ୍ତି ଭାବ ।।


ନୀଳାକାଶ ନୀଳଦ୍ୟୁତି ସମ୍ମୋହନେ ଭରିଥାନ୍ତି ଅନୁରାଗ

କାକର ପରିକା ସ୍ବଚ୍ଛ ସମ୍ବୋଧନେ ଆକୃଷ୍ଟନ୍ତା ଆଦ୍ୟଭାଗ,

ପ୍ରାରମ୍ଭ କରନ୍ତି ଶବ୍ଦଟିଏ ଆଣି ପ୍ରକାଶନ୍ତା ପ୍ରୀତିସ୍ପଦ

ସାରଗର୍ଭରେ ହୁଅନ୍ତା ଆଲେଖ୍ୟ ହୃଦତଳ ଅନୁଚ୍ଛେଦ ।।


ଶର୍ବରୀ ଆଗନ୍ତେ ଜ୍ୟୋସ୍ନାଲୋକେ ଭିଜି ଉଛୁଳି ଉଠନ୍ତା ମନ

ଇତିରେ ଲେଖନ୍ତି ବିଦଗ୍ଧ ପ୍ରେମିକା ଠିକଣାରେ ତୁମ ନାମ,

ମଳୟ ପବନ ଚିଠିଟି ତୁମକୁ ଦେଇଥାନ୍ତା ନେଇ ଚୁପି 

ପ୍ରତୀକ୍ଷାରେ ଥାନ୍ତି ତୁମ ସନ୍ଦେଶକୁ କିବା ଦିନ ଅବା ରାତି।।


ତୁମରି ଭାବନା ଅଚାନକ ଆସି ଆବେଶରେ ନିଏ ମୋତେ

ଭାବର ନିର୍ଝର କଳ୍ପନା ପ୍ରସୂତ ଚିଠିରେ ଚହଟି ହସେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy