STORYMIRROR

sudarsan mahapatra

Classics

3  

sudarsan mahapatra

Classics

ମନ ଆକାଶ

ମନ ଆକାଶ

1 min
124


ମନ ଆକାଶରେ ଭସା ବାଦଲଟେ

ଏଣେ ତେଣେ ଭାସୁଥାଏ

ବରଷଇ ଯେବେ ମଧୁଛନ୍ଦ ତୋଳେ

ପ୍ରୀତି ପୁଲକେ ଭିଜାଏ।।


ମନ ଆକାଶରେ ଫୁଟୁଥାଏ ସତେ 

ଆଶା ପାରିଜାତ ଫୁଲ

ସେ ଫୁଲର ବାସ ଥରେ ଚହଟିଲେ

ସେ ପରା ଅମୂଲ ମୂଲ ।।


ସ୍ମୃତି ଯେବେ ଆଣେ ମନ ଆକାଶରେ

ତନ୍ଦ୍ରାଭିଜା ଜହ୍ନ ରାତି

ପାହାନ୍ତି ସପନେ ଚୁପି ଚୁପି ଆସି

ଶୁଣାଏ ମାଧୁର୍ଯ୍ୟ ଗୀତି ।।


ମନ ଆକାଶରେ ଆଙ୍କେ ପୁଣି କିଏ

ନଭ ନୀଳିମାର ଛବି

ଭାବନା ତୁଠରେ ସ୍ବଚ୍ଛ ଦର୍ପଣରେ

ଦୃଶ୍ୟ ହୁଏ ନବ ରବି ।।


ପ୍ରୀତିମୟ ଜହ୍ନ ମନ ଆକାଶରେ

ଯେବେ ବିଞ୍ଚେ ସ୍ନିଗ୍ଧ ଜ୍ୟୋସ୍ନା 

ବିଚ୍ଛୁରିତ ହୁଏ ଖୁସିର ସୌରଭ

ହୃଦୟରେ ଜାଗେ ତୃଷ୍ଣା ।।


ପୂଣ୍ୟ ସୁମନରେ ସଜେଇ ଦେବି ମୁଁ

ମନ ଆକାଶକୁ ମୋର

ଖାଲି ଥିବ ସ୍ନେହ ପ୍ରେମ ଅନୁରାଗ

ନଥିବ ଆପଣା ପର ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics