Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Classics

4.7  

Durjyodhan Barik

Classics

ଲୁହ

ଲୁହ

1 min
309



‌ଚକ୍ଷୁଦ୍ଵୟ ଅଟେ ଲୁହର ଠିକଣା

ଲୁହ ବାସ କରେ ତହିଁ,

ବେଳେ ବେଳେ ବହେ ହୃଦୟ ଭିତରେ

କେହି ଦେଖିପାରେ ନାହିଁ ।

ଲୁହ ଅଟେ ସିନା ଛୋଟ ଶବ୍ଦଟିଏ

ଜୀବନ ସଙ୍ଗେ ଜଡ଼ିତ,

ସୁଖରେ ହେଉବା ଦୁଃଖରେ ସେ ହେଉ

ଚକ୍ଷୁରୁ ହୁଏ ନିର୍ଗତ ।

ଦୁଃଖେ ଯେତେ ବେଳେ କୋହ ବଢୁଥାଏ

ଚକ୍ଷୁରୁ ଆସଇ ବହି,

ସୁଖରେ ପୁଣି ସେ ବାହାରି ଆସିଲେ

ସୁଖ ଅଶ୍ରୁ ତାକୁ କହି ।

ନାଶ ହେଲେ ଜ୍ଞାତି ଅନ୍ତର ଭିତରୁ

ଯେତେ ଆସୁଥାଏ କୋହ,

ହୃଦୟ ମଧ୍ୟରୁ ଚକ୍ଷୁର ମାଧ୍ୟମେ

ବହେ ଅମାନିଆ ଲୁହ ।

ଭକ୍ତିରେ ବିଭୋର ହୋଇ ଗଲେ ଯଦି

ନୟନୁ ଲୋତକ ବହେ,

ମରଣାନ୍ତେ ଯମ ଦଣ୍ଡ ଦିଏ ନାହିଁ

ପ୍ରଭୁ ପାଦ ପଦ୍ମେ ରହେ ।


      



Rate this content
Log in

Similar oriya poem from Classics