STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ମିଥ୍ୟା ଏକ ଅପରାଧ

ମିଥ୍ୟା ଏକ ଅପରାଧ

1 min
158


ମିଥ୍ୟା ଅନ୍ଧାର ର କଳଙ୍କ କଳା ପାପର ପ୍ରଥମ ପାହାଚ

ପ୍ରବଞ୍ଚନା ଭରେ ପ୍ରପଞ୍ଚ ବୁଦ୍ଧି ମିଥ୍ୟା କୁ କରଇ ସୁସଞ୍ଚ

ଦୁଷ୍ଟ ମିଷ୍ଟଭାଷୀ ନଷ୍ଟ କରି ପାରେ

ଦୁରାଚାରୀ ବୁଦ୍ଧି ବିସ୍ମୟେ ଖରେ ବୋଳିଦିଏ ଯେତେ କଳଙ୍କ ।।


ମିଥ୍ୟା ଆଶ୍ରୟୀ ନିରାଶ୍ରୟ ହୁଏ ଅଲକ୍ଷ୍ମୀ ସୁଦୃଷ୍ଟି ପଡଇ

କ୍ଷଣିକ ସୁଖରେ ଆନ୍ଧ ସମାନ ବାଟ ଅବାଟ ନଦିଶଇ

ଗୋଟିଏ ମିଛକୁ ଲୁଚାଇବା ପାଇଁ

ଚଞ୍ଚକ ଖଳ ପ୍ରକୃତି ବସତଃ କେତେ କେତେ ମିଛ କହଇ ।।


ମିଥ୍ୟାଚାରୀ ତ ମିଛ ପ୍ରହେଳିକା ରଚନା ଆନନ୍ଦେ ରଚଇ

ତାହାର ଗୋଲକ ଧନ୍ଦା ଭିତରେ ଜୀବନେ କାମନା ଖୋଜଇ

ପୁର୍ଣ୍ଣକରିବାକୁ ମନର ବାସନା

ମିଥ୍ୟା ଛଳନା ଆଶ୍ରୟେ ଜୀବନ ସତେ କେତେ ଦୁଃଖ ସହଇ ।।


ମହାପାପ ମିଥ୍ୟା ଅଗ୍ନି ‌ସମାନ ସଂସାର ଉଜାଡି ଦିଅଇ

ମିଥ୍ୟାଶ୍ରୟି ମିଥ୍ୟା ପଥ ଆଦରି ଦୁଃଖ ଜଳ ସ୍ରୋତେ ଭାସଇ

ଜାଣିଶୁଣି ଖଳ ଖେଳେ ମିଛ ଖେଳ

ମିଥ୍ୟାପରାଧୀ ବିଶ୍ଵାସଘାତକ (ଦିଏ)ବିଶ୍ଵାସରେ ବିଷ ମିଶାଇ ।।


ଅତି ଭୟଙ୍କର ମିଥ୍ୟାଶ୍ରୟୀ ଯେ କପଟ ପାଶାରେ ଶକୁନି

ମିଥ୍ୟାପରାଧେ ବଂଶ ବୁଡିଗଲା ମହାଭାରତ ର କାହାଣୀ

ମିଛ ସଦା ମିଛ ଲୁତିପାରେ କ୍ଷଣେ

ଲିଭେନାହିଁ ମନ କଳାପଟାରୁ ହୁଅଇ ଗୋ ହୃଦୟ ହାଣି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics