STORYMIRROR

Ansuman Swain

Classics

3  

Ansuman Swain

Classics

ରେ କାଳିଆ

ରେ କାଳିଆ

1 min
254


ବିଶ୍ୱାସ ବନ୍ଧନେ ଯାହାଙ୍କୁ ବାନ୍ଧିବୁ

   ସିଏ ଦେବେ ଦିନେ ଠକି

ସୁଖ ବେଳେ ସଦା ରହିଥିବେ ସାଥେ

  ଦୁଃଖ ବେଳେ ଯିବେ ହଜି 

ରେ କାଳିଆ ଦୁଃଖ ବେଳେ ଯିବ ହଜି...

ଭାବରୁ ଅଭାବ ହୋଇଲା ମାତ୍ରକେ

   ମିତ୍ର ହୋଇଯିବେ ଶତ୍ରୁ 

ଭାବନା ନ ବୁଝି ଦୋଷୀ କରି ଦେବେ 

    ନୟନୁ ଝରିବ ଅଶ୍ରୁ 

ରେ କାଳିଆ ନୟନୁ ଝରିବ ଅଶ୍ରୁ ...


ଖୁସିର ମୁହୂର୍ତ୍ତେ ଆପଣାର ହୋଇ

  ବୋଲିବେ ଅନେକ କଥା

 ପୁରୁଣା ମୁହୂର୍ତ୍ତ ଭୁଲି ଯାଇ ସବୁ

    ଛାଡି ଚାଲି ଯିବେ ଏକା 

ରେ କାଳିଆ ଛାଡି ଚାଲି ଯିବେ ଏକା...

କାହାକୁ ବିଶ୍ୱାସ ନ କରି ପ୍ରଭୁ ହେ

     ତମକୁ କରିଛି ବନ୍ଧୁ

ଦୁଃଖେ ସୁଖେ ମୋର ସାହା ହୋଇ ଥିବ

   ତୁମେ ମୋର କୃପା ସିନ୍ଧୁ 

ରେ କାଳିଆ ତୁମେ ମୋର କୃପା ସିନ୍ଧୁ ...


ତୁହି ମୋର ଭାବ ତୁହି ମୋର ଲୟ

   ତୁହି ମୋର ପ୍ରାଣ ନାଥ

ଯେତେ ଦିନ ଥିବ ପ୍ରାଣ ବାୟୁ ମୋର

  ଗାଉ ଥିବି ତୋର ଗୀତ 

ରେ କାଳିଆ ଗାଉଥିବୀ ତୋର ଗୀତ ....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics