ଦର୍ପଣ
ଦର୍ପଣ


ଦର୍ପଣ ଯଦି ମୁଁ ଟାକୁ ରଖିନିଅନ୍ତା
ହୁଏତ ଭଲ ହୁଅନ୍ତା
ଜୀବନକୁ ଅବଲୋକନ କରିହୁଅନ୍ତା
ସ୍ୱଚ୍ଛତା ମନ ହୃଦୟରେ ଭରି
ସ୍ଵଛ ଦର୍ପଣ କାଚ ପରି
କି ବେଗରେ ଧାଉଁ ଅଛି ଜୀବନ ସ୍ରୋତ
ଜଣା ତ ପଡନ୍ତା
ଜଣା ପଡୁଥିଲେ ରାଗ ଦ୍ୱେଷ ହିଂସା
କୁଆଡୁ ଆସନ୍ତା
ରକ୍ତ ମାଂସଧାରୀ ଏ ସବୁର ଅଧିକାରୀ
କେହି ନ କହନ୍ତା
ବଦଳୁଥିବା ସମୟକୁ
ବୟସର ଅପରାହ୍ନ କୁ
ଦର୍ପଣ ଯେତେ କହିଲେ ବି
ମୁଁତ୍ବ ର ଗର୍ବରେ
ଅଵିଵେକୀ ପଣିଆରେ
ବୋଧହୁଏ ମନୁଷ୍ୟତ୍ୱ ଲୋପ ନ ପାଆନ୍ତା
ମାନବିକତା ହେଉ ଜାତି
କର୍ମ ହେଉ ଧର୍ମ
ଦର୍ପଣ କରେ ସମନ୍ୱୟ
ହାଏ, ମଣିଷ ଏତିକି ବୁଝନ୍ତା
ଦର୍ପଣ ର ଆହ୍ୱାନ ହିଁ ସମୟାନୁବର୍ତ୍ତିତା
ପରିବର୍ତ୍ତନଶୀଳ ବୁଝି ତ ଯାଆନ୍ତା.