STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଦେବୀ ସାବିତ୍ରୀ

ଦେବୀ ସାବିତ୍ରୀ

1 min
0


ସାବିତ୍ରୀ ଦେବୀ ପିନ୍ଧି ପୋହଳା ପଥର 
କାଳଜୟୀ ହେଲ ଦୁଇ କୁଳ ହିତର 
ତୁମେ ଲାଗ କେବେ ବଧୂ ନିରୁପମା 
ଖିଆଲି ପ୍ରେମିକା ଟିଏ 
ପୁଣି କେବେ ଲାଗ ମୋନାଲିସା ପରି 
ହସ ଲାଗିଥାଏ ଓଠେ ଖିଏ 
ଏତେ ସବୁ ଜାଣି ସତୀ ଶିରୋମଣି 
ସତ୍ୟବାନ ବରିନେଇ 
ତିଥି ବାର ଲଗ୍ନ ମନେରଖି ପତି ସଙ୍ଗେ 
ବଣେ ଥିଲ ପତି ସଙ୍ଗେ ଯାଇ 
ଯମଦେବ ହାତୁ ଉଦ୍ଧାର କରିଲ ସ୍ୱାମୀଙ୍କ 
ଜୀବନ କେମିତି କହି 
ବୁଦ୍ଧିମତୀ ନାରୀ ମାନ୍ୟ ଧ୍ୟାନ ସଂସ୍କୃତି ଶିରୀ 
ରଖି ହେଲ କାଳଜୟୀ 
ସ୍ୱାମୀଙ୍କ ଜୀବନ ଶଶୁରଙ୍କ ଧନ ପିତାଙ୍କ ସମ୍ମାନ 
ଫେରେଇ ଆଣିବା ପାଇଁ 
ତୁମ ବ୍ରତ ଆଜି କରନ୍ତି ନାରୀଏ ମହୀ ରେ 
ସଧବା ସିନ୍ଦୁର ପିନ୍ଧିବା ପାଇଁ 
ଭଲ ଶାଢ଼ୀ ଦାମୀ ଅଳଙ୍କାର ଲୋଡ଼ା ନାହିଁ 
ସିନ୍ଦୁରେ ସୁନ୍ଦରୀ ଦିଶିବା ପାଇଁ
ଏ ଓଷା ବ୍ରତ ଆସିଛି ପୁଣି ଚେଇଁ 
ଉଠ ଉଠ ସବୁ ବଧୂଲି ନାରୀ ଭୋଗ ଡାଲା ଧରି 
ଲଷ୍ମୀ ନାରାୟଣ ସଙ୍ଗେ ଶନିଙ୍କୁ ପୂଜିବା ତହିଁ 
ଭୋଳାନାଥ ନୀଳକଣ୍ଠ ପରି ଶିବ ଶଙ୍କର ସ୍ୱାମୀ 
ମିଳିଗଲେ ଦୁଃଖ ନାହିଁ 
ମରି ବି ଅମର ଅଛନ୍ତି ସତୀ ସାବିତ୍ରୀ ପାର୍ବତୀ 
ଚଉଷଠି ଯୋଗିନୀ ନାମ ପାଇ
ଦେବୀ ନହେଲେ କି ଉଆସ ର ରାଜକନ୍ୟା 
ଏକଥା ପାରନ୍ତା ନେଇ ଆଣି ଦେଇ ଥୋଇ


Rate this content
Log in

Similar oriya poem from Classics