STORYMIRROR

Sunanda Mohanty

Classics Inspirational Others

3  

Sunanda Mohanty

Classics Inspirational Others

କହକହ ସଖି କହ

କହକହ ସଖି କହ

1 min
247

ପ୍ରେମ ମୋର କେବେ ଦୀପ ପରି 

କେବେ ଧୂପ ପରି ବାସେ ମହମହ 

ପ୍ରେମ ମୋର ପରା କୋଣାରକ 

ଶିଳାଲିପିରେ ନର୍ତ୍ତକୀ ପାଦର ଘୁଙ୍ଗୁର 

ବାଜେ ଯାହା ଅହରହ 

ଦୀପ ହୋଇ ଜଳେ ଅବା କେତେ ଜାଳେ 

ବାସ୍ନା ତାର ମହମହ 

କିଏ ପରଦେଶୀ କିଏ ସେ ବିଦେଶୀ 

କହେ ଟିକେ ରହରହ 

ଜୀବନ ଗୀତିର ପ୍ରତିଟି ପ୍ରୀତିର 

ବେସୁରା ରାଗିଣୀ ଝଙ୍କାର ତୋଳେ 

ସେଇ ଅତୀତର ସଞ୍ଜ ସୁପାତି ବେଳେ 

ଅନୁରାଗେ କହେ କିଏ କହକହ 

ବଉଳ ପାଟର ବକୁଳ ତମାଳ 

ବାସ୍ନା ଭରା ସେଇ ମୋହ 

ଆଜିବି କହୁଛି ପଣତରେ ପରା 

ଲାଗିଛି କେତେ ସ୍ନେହ ମୋହ କୋହ 

ପ୍ରେମ ତ ଫଲଗୁ ହୋଲିର ଅବୀର 

କିଏ ନଜାଣିଛି କହ 

କହ କହ ସଖି କହ 

ରାଧା ପ୍ରେମ ସ୍ମୃତି ଆକାଶର ମଲାଜହ୍ନ 

ଆପଣାପଣରେ କାହ୍ନୁ ବିରହର କଳାଜହ୍ନ 

ଚନ୍ଦନ ସିନ୍ଦୁର ଅଗରୁ ବାସରେ ଚହଚହ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics