STORYMIRROR

Shiba Charan Mahapatra

Classics

3  

Shiba Charan Mahapatra

Classics

କୁମ୍ଭୀର ଆଉ ଜାମୁକୋଳି

କୁମ୍ଭୀର ଆଉ ଜାମୁକୋଳି

1 min
298


କେଉଁଠି ରଖିଲା ରକ୍ତ ସରସର କଲିଜା

ଛଦ୍ମବେଶୀ କୁମ୍ଭୀର ଭୟରେ ଚତୁର ମାଙ୍କଡ଼

ପଚାରିଲା କୁନି ଝିଅ ମୋର..!?


ଏବେ କେମିତି କହିବି..! ମା'ରେ , 

ତୁ ବିଶ୍ୱାସ ଫୁଲ ଯାଚୁଥିବା ସବୁ ମନ୍ଦିର କ'ଣ ଈଶ୍ୱରଙ୍କ ଘର ,

ସବୁ କଳାମେଘ ମୂର୍ଚ୍ଛନା କ'ଣ ମୟୂରୀ ପାଦେ ନବ କଳେବର ,

ସବୁ ପୂଣ୍ୟ ସ୍ପର୍ଶ କଣ ପାଷାଣରେ ଜୀବନ୍ୟାସ ଭରେ ଅବା

ଯମୁନା କୂଳ ସବୁ ବଂଶୀନାଦ ରାଧିକା ନାମ ଝୁରେ..!?


ଏବେ କେମିତି କହିବି..! ମା'ରେ,

ନୀଳ ନଈ ଭିତରୁ ବଢିଆସୁଥିବା ସବୁ ସମ୍ପର୍କ ନୁହେଁ ପବିତ୍ର ଶ୍ଳୋକ ବୋଲି ,

ପାଣି ଚହଲେଇ ଗୀତ ଗାଉଥିବା ସବୁ ଟୁପ୍ ଟାପ୍ ଶବ୍ଦ ବି ନୁହେଁ ଜାମୁକୋଳି ,

ମଝି ଦରିଆରୁ କୂଳ ଫେରେଇ ଦେବା ସବୁ କୁମ୍ଭୀର ନୁହନ୍ତି ପ୍ରେମିକ ଅବା 

ଗଛ କୋରଡରେ କଲିଜା ରଖି ବଞ୍ଚିବା

ସବୁ ମାଙ୍କଡକୁ ମିଳିନଥାଏ ଆଶୀର୍ବାଦ ଏକ..!!


କହିଲି ମା'ରେ, ତୁ ମିଠା ଜାମୁକୋଳି ହ' କି ପ୍ରଖର ନଈ ଧାର 

ତୁ ଚତୁର ମାଙ୍କଡ଼ ଟେ ହ କି ଛଦ୍ମବେଶୀ କୁମ୍ଭୀର ଟେ ହ କିନ୍ତୁ ମନେରଖ 

ହୃଦୟ ରଖିବୁ ସଦା ନିଜ କରୋଡରେ ନିଜ ଆୟତ୍ତ ରେ,

ଗଛର ଠିକଣା ଏବେ ସର୍ବତ୍ର ଉନ୍ମୋଚିତ..!!


ଝିଅ ମାରିଲାନି ହୁଁ..!! 

ଦେଖେ ତ ଝିଅ ମୋର ଶୋଇଥିଲା କୁମ୍ଭୀର ଛାତିରେ

ଆଞ୍ଜୁଳା ଭର୍ତ୍ତି ଜାମୁକୋଳି କୁମ୍ଭୀର ପିଠିରେ..!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics