STORYMIRROR

Papu parida

Classics Inspirational Others

3  

Papu parida

Classics Inspirational Others

ଋଣ

ଋଣ

1 min
231


କେମିତି କହିବି ଧନୀ ମୁଁ ନିଜକୁ

ଋଣୀ ମଣିଷଟେ ମୁହିଁ

 ଏ ଭବସାଗରୁ ନେଇଥିବା ଋଣ

କେବେ ସୁଝି କି ପାରିବି ନାହିଁ।


ଯେଉଁ ପ୍ରକୃତିର ପାଣି ଓ ପବନ

ଦେହେ ବହେ ରକ୍ତ ହୋଇ

ଫଳ ମୂଳ ଶାକ ଶସ୍ୟ ତରୁର ଋଣକୁ

ସୁଝି କି ପାରିବି ନାହିଁ।


ମା ଅଟେ ମୋର ପ୍ରେମର ସାଗର

ଜନମ ଦେଲା ସେ ମତେ

ଦଶ ମାସ ଦଶ ଦିନ କଷ୍ଟ ଋଣ

ସୁଝି କି ପାରିବି ସତେ।


ବାପା ପରା ମୋର ଧୈର୍ଯ୍ୟର ଆସର

ଶିଖିଛି ଯା'ଠୁଁ ସଂସ୍କାର

ଝାଳର ସେ ଋଣ ସୁଝି କି ପାରିବି

ଛୋଟ ଜୀବନରେ ମୋହର।


ଯେଉଁ କୃଷକର ଶ୍ରମବଳେ ମୁହିଁ

ପାଇଛି ମୁଠାଏ ଅନ୍ନ

କେମିତି ସୁଝିବି ଋଣ ମୁଁ ତାହାର

ପଚାରୁଛି ମୋର ମନ।


ଯେଉଁ ସୈନିକଟି ମୋ ରକ୍ଷା ଲାଗି

ସୀମାରେ ହୋଇଛି ଠିଆ

ସୁଝି ଦେବି ମୁଁ ଯେ ସବୁ ଋଣ ତାର

ମନ ବୁଝୁନାହିଁ କିଆଁ।


ଜ୍ଞାନ ଦାତା ଗୁରୁ ଯା ଜ୍ଞାନ ବଳେ

ମଣିଷ ହୋଇଲି ମୁହିଁ

ଶିଖେଇଲା ଯିଏ ଠିକ ଭୁଲ କଣ

ତା ଋଣ ସୁଝି କି ପାରିବି ନାହିଁ।


ସେଥିଲାଗି ପରା ଚାଲିଛି ଜୀବନେ

ସେବାର ନାମରେ ଛଳନା

ସୁଝି ଦେବା ପାଇଁ କିଛି ମାତ୍ର ଋଣ

କରୁଛି ଖାଲି ମୁଁ ବାହାନା।


ସମ୍ପୂର୍ଣ୍ଣ ନହେଲେ କିଞ୍ଚିତ ମାତ୍ରାରେ

କମେଇବି ଋଣ ଭାର

ସ୍ବେଚ୍ଛାସେବୀ ସାଜି ସମାଜସେବାରେ

ନିସର୍ଗିବି ଶ୍ରମ ମୋର।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics