STORYMIRROR

Sanjya Tripathy

Classics

3  

Sanjya Tripathy

Classics

ଅଜ୍ଞାତ ବାସ

ଅଜ୍ଞାତ ବାସ

1 min
203


ଅନିବାର୍ଯ୍ୟ ଘାତ ପ୍ରତିଘାତରେ ଅତିଷ୍ଠ ହୋଇ

ମୁଁ କରି ନେଲି ଅଜ୍ଞାତ ବାସ

ଜୀବନ ସଂତ୍ରଣାରୁ ସାମାନ୍ୟ ନିତିର କାମନାରେ

ଆରଂଭ ହେଲା ମୋର ସେଚ୍ଛାକୃତ ନିର୍ବାସନ ।

ଜଗତର ସମସ୍ତ ଅନୁଭବକୁ ଆପଣେଇ ନେଲି

ଆଉଟ୍ ସାଇଡ୍‌ର୍ ର ଦୃଷ୍ଟିକୋଣରୁ

ସଂପୂର୍ଣ୍ଣ ଅସଂଲଗ୍ନତାର ପରି ପ୍ରକାଶରେ

ବିକଶିତ ହେଲା ମୋର ପାରିପାର୍ଶିକ ପ୍ରକୃତି ।

କ୍ରମେ ସଂକୁଚିତ ହେଲା ମୋର ସତା

ବିଶ୍ୱ ବ୍ରହ୍ମାଣ୍ଡ ପ୍ରତୀତ ହେଲା ଗର୍ଭଗୃହ

ଯେତେ ସବୁ ଅନୁତରିତ ପ୍ରଶ୍ନର ପ୍ରଜ୍ବଳନରେ

ନିଆଁର ଦର୍ପଣରେ ପ୍ରତିଫଳିତ ହେଲା

ପ୍ରତିବୈବ ଏକ ମୃତ ସୂର୍ଯ୍ୟର ।

ତା ଓ ଦ୍ୟାତନାର ବନାନୀରେ ଫୁଜରିତ ହେଲା

ନୂତନ କାକଳୀର ଆହ୍ବାନ

ଅଟୋ ପାର ବାହୁ ବନ୍ଧନରେ ଫୁଧ ହୋଇଗଲା

ଯେତେ ସବୁ ଅବଦମିତ ଆରଣ୍ୟକ କାମନା

ନିଷିଦ୍ଧ ଇଲାକାରେ ଅନୁରଣିତ ହେଲା

ଅଜଣା ଅତିଥର ଆଗମନୀ ସଂଗୀତ

ବାତାବରଣରେ ଖେଳିଗଲା ପରିପୂର୍ଣ୍ଣତାର ମହକ

ଯାହା ଅନାସ୍ୱାଦିତ ଏ ଯାବତ୍ ଅନାଲୋଚିତ

କ୍ରମଶଃ ଭାଗିବାରେ ଲାଗିଲା ମହାମୋହର ପ୍ରାଚୀର

ଅର୍ଥହୀନତାର ଆଲୋକିତ ଚେତନା ରୂପୀତରିତ ହେଲା

ଜାଗୃତିର ପ୍ରଗାଢ ଅଂଧକାରରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics