STORYMIRROR

Pranati Panda

Classics

3  

Pranati Panda

Classics

ସମୟ , ସମ୍ପର୍କ , ସ୍ବାର୍ଥ

ସମୟ , ସମ୍ପର୍କ , ସ୍ବାର୍ଥ

1 min
215

ଆବଶ୍ୟକତାଠୁ ଅଧିକ

            ଆଶା'ତ କରିଲେ କେହି ,

ନାମଟି ତାହାର ନିଶ୍ଚୟ

            ସ୍ବାର୍ଥ'ତ ହୋଇବ ସେହି ।୧।


ସମ୍ପର୍କରେ ସ୍ବାର୍ଥ ରହିଲେ

             କେବେହେଁ ତିଷ୍ଠିବ ନାହିଁ  ,

ପବିତ୍ର ସମ୍ପର୍କ ମଧ୍ୟରେ 

              ବିଷ ନିଶ୍ଚେ ଭରିବହିଁ ।୨।


ସମୟ ସ୍ତୁତିର ଗୀତିକା ,

              ଚିର ହରିତ ତା ' ଗତି ,

ନୁହେଁ ଧୀର ଅବା ମନ୍ଥର

              ଚତୁର ସେ' ଅଟେ ଅତି ।୩।


ଖାତର କରେନି କାହାକୁ ,

              ଫିଟାଇ ଦେଇ କୋଲପ ,

ଆସଇ ଉଚିତ୍ ବେଳରେ,

              ଦେଖାଏ ତା'ର ପ୍ରକୋପ ।୪।


ଅଣ ଲେଉଟା ସେ' ସମୟ,

              ଫେରିକି ଦେଖେନି କିଏ ,

ସମୟର ଋତୁ ଚକ୍ରରେ

              ସତ୍ୟକୁ ସ୍ପଷ୍ଟ ଦେଖାଏ ।୫।


ଚିରଞ୍ଜିବୀ ତା'ର ଆୟୁଷ ,

             ଚାଲୁଛି ବର୍ଷରୁ ବର୍ଷ ,

ଉଚିତ ବେଳାରେ ନିଶ୍ଚିତ

              ଅହଂକୁ କରଇ ନାଶ ।୬।


ଅବୋଧ ଅଟଇ ମଣିଷ ,

             ହୁଅଇ ସ୍ୱାର୍ଥରେ ଅନ୍ଧ,

ବୁଝିବି ଅବୁଝା ହୋଇକି

              ଭାବଇ କପାଳ ମନ୍ଦ ।୭।


ସମୟ କରାଳ ତା' ରୂପ

             ଦେଖାଏ କାୟା ପ୍ରତାପ ,

ତଥାପି ଅବୁଝା ମଣିଷ

             ବୁଝେ ନାହଁ ତା' ସ୍ୱରୂପ ।୮।


ସୀମିତ ସ୍ୱାର୍ଥକୁ ଲୁଟିଣ

             ସୁଖୀ ହେବା ପ୍ରୟାସରେ,

ପର କରେ ନିଜ ସମ୍ପର୍କ

              ଆନନ୍ଦ ଅନାୟସରେ ।୯।


ହୃଦୟ ଆବେଗ ଭାବନା

             ସ୍ୱାର୍ଥରେ ବଳି ପଡ଼ଇ ,

ସମୟଟା ସବୁ ଦେଖାଇ

              ଶିକ୍ଷାଟା ଦେଇ ଚଳଇ ।୧୦ ।


        



Rate this content
Log in

Similar oriya poem from Classics