Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Tragedy

4  

Durjyodhan Barik

Tragedy

ଦାୟୀ କିଏ

ଦାୟୀ କିଏ

1 min
234



କେଉଁ ଅପରାଧେ ଦଣ୍ଡିତ କରିଲ ପାରିଲେନି କେହି ଜାଣି,

ରେଳଯାତ୍ରା ତାଙ୍କ ଶେଷଯାତ୍ରା ହେଲା

କିଆଁ କୁହ ଚକ୍ରପାଣି ।


ନିଅଣ୍ଟ ହେଲା କି ସୁନା କୂପ ଜଳ 

ତୁମ ସ୍ନାନ ଯାତ୍ରା ପାଇଁ,

ଗାଧୋଇବ ବୋଲି  ଲୋକ ଅଶ୍ରୁ ଜଳେ

ଏହା ରଚି ଥିଲ ବିହି ।


ଇଏ କେଉଁ ଲୀଳା କରି ଦେଲ ଖେଳା

ନେଇଗଲ ଏତେ ପ୍ରାଣ, 

କେମିତି ସହିଲା  ହୃଦୟ ତୁମର

ଥରିଲାନି ସିଂହାସନ ।


ଭିନ୍ନ ଭିନ୍ନ କାର୍ଯ୍ଯେ  ଯାତ୍ରା କରୁଥିଲେ

ନିଜ ନିଜ ଉଦ୍ଦେଶ୍ଯରେ, 

ଉଦ୍ଦେଶ୍ୟ ତାଙ୍କର ଅଧାରେ ରହିଲା ମରିଲେ ଅଧାବାଟରେ ।


ଲୌହ ମାନବକୁ  ଦାନବ କରିଲ

ଭସାଇଲା ରକ୍ତନଦୀ,

ସେହି ଦୃଶ୍ୟ ଯେବେ  ଆସଇ ଚକ୍ଷୁରେ

ହୃଦୟ ଯାଉଛି କାନ୍ଦି ।


ଏଥିରେ କାହାକୁ  ଦୋଷ ଦେବା କୁହ

ସବୁ ତ ବିଧି ବିଧାନ,

ଆଧୁନିକ ଶୈଳୀ  ବିଫଳ ହୋଇଲା

ଦୋଷୀକୁ ଦଣ୍ଡିବେ ଯମ ।


ଶକ୍ତି ଦିଅ ପ୍ରଭୁ  ସେହି ପରିଜନେ

ଯିଏ ହାରିଅଛି ସବୁ

ଅଦ୍ଯମ ସାହସ ଭରି ତାଙ୍କ ହୃଦେ

ରକ୍ଷାକର ମହାପ୍ରଭୁ  ।



Rate this content
Log in

Similar oriya poem from Tragedy