Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Abstract

3  

Durjyodhan Barik

Abstract

ନବଯୌବନ

ନବଯୌବନ

1 min
155



କାଳିଆ ଠାକୁର  ଏ କି ଲୀଳା ତୋର

ଗଲୁ ଅଣସର ଘର

ଭକ୍ତଙ୍କ ପାଖରୁ  ଦୂରେଇ ରହିଲୁ

କହିଲୁ ହୋଇଛି ଜ୍ଵର ।


ଦଶମୂଳାରିଷ୍ଟ  ଚେରମୂଳ ଖାଇ

ପାଞ୍ଚ ଦିନେ ଭଲ ହେଲୁ

ପୁଣି ମିଛ କହି  ଶରୀ ପିଡା ବୋଲି

ଶଜ୍ଯାରେ ପଡି ରହିଲୁ ।


ଓଡ଼ିଆ ମଠର  ଫୁଲୁରି ତଇଳ

ତୋର ପାଇଁ ଅଣା ହେଲା ,

ଆଉ ପାଞ୍ଚ ଦିନ ତୈଳ ମର୍ଦ୍ଦନ ରେ

ତୋର ବ୍ଯଥା ଛାଡ଼ି ଗଲା ।


ଶ୍ରୀକ୍ଷେତ୍ରରେ ଥିବା  ବଡ଼ ଓଡ଼ିଆ ମଠ

ଫୁଲୁରି କରେ ପ୍ରସ୍ତୁତ,

ଫୁଲୁରି ତେଲର  ପ୍ରସ୍ତୁତ ପ୍ରଣାଳୀ

ଲେଖିବା କରି ବିସ୍ତୃତ  ।


ଔଷଧୀୟ ଗୁଣ ସୁଗନ୍ଧ ସମ୍ପନ୍ନ

ମଲ୍ଲି କିଆ ଧାନ ଫୁଲ 

କେତକୀ ସହିତ  ବେଣା ଚେର ମିଶେ

ଘଣା ପେଡା ରାଶି ତେଲ ।


ମିଶ୍ରିତ ଦ୍ରବ୍ଯକୁ  ହେରା ପଞ୍ଚମୀରେ

ମାଟି ତଳେ ପୋତା ଯାଏ

ଏକ ବର୍ଷ କାଳ  ମାଟି ତଳେ ରହି

ଔଷଧୀୟ ଗୁଣ ପାଏ ।


ଜଗତ ବାସୀଙ୍କୁ  ଜଣାଇ ଦେଉ ତୁ

ଦେହ ଥିଲେ ଜ୍ଵର ହୁଏ,

ତୁହିତ ଦଇବ ତୁ ପୁଣି ବଇଦ

ଆରୋଗ୍ୟ କରିବ କିଏ ।


ଏକ ବର୍ଷ ହେଲା  ଦେହରେ ତୋହର

ଯେତେ ମଳି ଲାଗି ଥିଲା

ପାଞ୍ଚ ଦିନ ପାଇଁ  ମାଲିସ ହୋଇଲୁ

ସବୁ ମଳି ଛାଡି ଗଲା ।


ଦିଶିଲା ସୁନ୍ଦର  ଶରୀର ତୋହର

ନବ ଯଉବନ ବେଶ,

ଭକ୍ତ ଗଣ ସର୍ବେ  ଦର୍ଶନ କରିଲେ

ହୋଇଲା କଳୁଷ ନାଶ ।


     


Rate this content
Log in

Similar oriya poem from Abstract