Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Abstract

4.5  

Durjyodhan Barik

Abstract

ଅଣସରରେ ଜଗନ୍ନାଥ

ଅଣସରରେ ଜଗନ୍ନାଥ

1 min
278


ବୈଶାଖ ପୂର୍ଣ୍ଣିମା  ଚନ୍ଦନ ଲେପନ

ଜ୍ଯେଷ୍ନ ପୂର୍ଣ୍ଣିମାରେ ଧୋଇ,

ଶହେଆଠ ଗରା  ସୁନା କୂପ ଜଳେ

ସ୍ନାହାନ କରିଲ ସାଇଁ. ।


ଜନ୍ମ ବେଦୀ ପରେ  ସ୍ନାହାନ କରୁଛ

ସାଥିରେ ଭଉଣୀ ଭାଇ,

ସେ ଦୃଶ୍ୟ ଦେଖିଲେ  ଭକ୍ତ ଜନ ଦେହୁ

ସର୍ବ ପାପ ଯାଏ ଧୋଇ ।


ମନର କଳ୍ପନା   ଶିଳ୍ପୀର ରଚନା

ଗଜାନନ ବେଶ ପାଇଁ,

ଗଣପତି ବେଶ   ଅତୀବ ସୁନ୍ଦର

ମନ ନେଇ ଥାଏ ମୋହି ।


ଗଜାନନାମୃତ   ବେଶ ଦୃଶ୍ୟ ଅନ୍ତେ

ଅଣସର ଗୃହେ ଗଲ,

ଥଣ୍ଡା ଜ୍ଵରେ ଏବେ   ଆକ୍ରାନ୍ତ ହୋଇଛ

ବଇଦ କରିବ  ଭଲ ।


ଅଣସର ଗୃହେ  ରହିବ ଠାକୁରେ

ପନ୍ଦର ଦିନଟି ପାଇଁ ।

ମାଉସୀ ଘରକୁ  ଯିବା ପାଇଁ ମନ

ହେଉଥିବ ହାଇଁପାଇଁ  ।


ପ୍ରଚଣ୍ଡ ଗରମ  ଭୋଗୁଛ ସଭିଏଁ

ଅଣସର ଘରେ ରହି,

ଫୁଲୁରି ତେଲରେ  ଚିକିତ୍ସା ହେଉଛ

ବ୍ଯଥା ଉପଶମ ପାଇଁ ।


ଗୃହରୁ ବାହାରି  ରଥେ ବିଜେ କରି

ମାଉସୀ ମନ୍ଦିର ଯିବ,

ବଡଦାଣ୍ଡେ ପ୍ରଭୁ  ଭକତ ମାନଙ୍କୁ

ଶୁଭ ଦରଶନ ଦେବ ।।



Rate this content
Log in

Similar oriya poem from Abstract