STORYMIRROR

DR SAMIR RANJAN BEHERA

Abstract Classics Inspirational

3  

DR SAMIR RANJAN BEHERA

Abstract Classics Inspirational

ଝଡ଼

ଝଡ଼

1 min
175


      

ଝଡ଼ ବୋହୁଛି ମନରେ

ଝଡ଼ବୋହୁଛି ପ୍ରାଣରେ

ଝଡ ବୋହୁଛି ଘରେ

ଆଉ ଝଡ଼ ବୋହୁଛି ବାହାରେ

ଅଶାନ୍ତି ର ଝଡ

ଅନ୍ୟାୟ ର ଝଡ଼

ଅତ୍ୟାଚାର ର ଝଡ଼

ଏମାନବିକତାର ଝଡ଼ ll

ପ୍ରକୃତି ରେ ଚାଲିଛି ତାଣ୍ଡବ ଝଡ଼

ଆତ୍ମାରେ ଚାଲୁଛି ଅତୃପ୍ତ ଝଡ଼

କିଏ ପ୍ରତିରୋଧ କରୁଛି

କିଏ ଝଡ ସୁଅ ରେ ଭାସିଯାଉଛି

ଆଉ କିଏ ନା ଭାଷି ଯାଉଛି

ନା ପ୍ରତିହତ କରୁଛି

ମଝି ଝଡ଼ରେ ଅଣନିଶ୍ୱାସୀ ହେଉଛି ll

ଜୀବନ ଜଳୁଛି

ସଂସାର ଜଳୁଛି

ଝଡ ତା ମଧ୍ୟେ ଦାଉ ସାଜୁଛି

ସପନ କାନ୍ଦୁଛି

କଳି ହସୁଛି

ସଭିଙ୍କୁ ତଡି ତଡି ଗ୍ରାସିବ କହୁଛି ll

ଏଣୁ ହେ ମାନବ ଭାଇ

ବେଳା ଥାଉ ଥାଉ ସୁଧୁରି ଯାଇ

ଏ ସଂସାର ଝଡ଼ରୁ ତରିବା ପାଇଁ

ସେଇ ଏକା ସାହା ଜଗା ଗୋସେଇଁ

ଜଗନ୍ନାଥ ପ୍ରଭୁ ଜଗନ୍ନାଥ

ତମେ ନିରନ୍ତନ ତମେ ହିଁ ସତ୍ୟ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract