STORYMIRROR

Debabrata Barik Debunu

Classics

3  

Debabrata Barik Debunu

Classics

ମୁଁ ହେଉଥାଏ ହତ୍ୟା

ମୁଁ ହେଉଥାଏ ହତ୍ୟା

1 min
203

ତୁମସହ କଥା ହେଲାପରେ 

ଦୂରହୁଏ ସିନା ବ୍ୟଥା 

କିନ୍ତୁ କୋଉଠି ନା କୋଉଠି 

ମୁଁ ହେଉଥାଏ ହତ୍ୟା 


ତୁମ ସହ ଦେଖା ହେଲା ପରେ 

ଲେଖା ହୁଏ ସିନା ପ୍ରୀତିର କବିତା 

କିନ୍ତୁ କୋଉଠି ନା କୋଉଠି 

ମକଚି ହୋଇଯାଏ ମୋ ଦୁଷ୍ଟ ମନକଥା 


ତୁମେ ଏମିତି କାହିଁକି କେଜାଣି 

ମୁଁ ଜିତିବା ପରେବି ଏକ ହାରିବା କାହାଣୀ 

ବର୍ଷାରେ.. ବସନ୍ତରେ... 

ଭାସିବୁଲେ ତୁମ ଦେହ - ହୃଦୟ ଖବର 

ଆଉ ମୁଁ ବାସ୍ନାରେ.. ତୃଷ୍ଣାରେ 

ଏକ ଅସହିଷ୍ଣୁ ଅଧର ବିଭୋର...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics