STORYMIRROR

Debabrata Barik Debunu

Drama

4  

Debabrata Barik Debunu

Drama

ମୋ ଆଈ ମା

ମୋ ଆଈ ମା

1 min
24K


ଆଈମା ମୋର ଭାରି ଫୁଲେଇ

କଥା କହନ୍ତି ମୁହଁ ବୁଲେଇ 

ଦାନ୍ତତକ ସବୁ ଯାଇଛି ଖସି

ପାକୁଆ ପାଟିରେ ଦିଅନ୍ତି ହସି।।


ଆଈମାଙ୍କର ଅଜବ ଖୋଇ

ସଂଜ ହେଉଣୁ ପଡନ୍ତି ଶୋଇ

ଯୁବାବେଳେ ଥିଲେ ଉଦଣ୍ଡି ଖଣ୍ଡେ

ବାହା ହୋଇଥିଲେ ବିନା ଡିମାଣ୍ଡେ।।


ଚୁଟିଗୁଡିକ ଧଳା ଫୁରୁଫୁରୁ

ସିନ୍ଦୂର ଦିଶେ ନାଲି ଗୁରୁଗୁରୁ

ଗହଣା ପିନ୍ଧାରେ ଭାରି ସଉକ

ସୁନାହାରେ ଝୁଲୁଥାଏ ପଦକ।।


ମିଠାକଥା ତାଙ୍କ ହୁଏ କି ଭୁଲି

ନମାନିଲେ କଥା ଦିଅନ୍ତି ଗାଳି

ଠାକୁରଙ୍କ ପାଶେ ଆମରି ଅଳି

ଶହେ ବରଷକୁ ଯାଆନ୍ତୁ ବଳି।।


ଆଈମାଙ୍କର ପାନବଟୁଆ 

ଭଜା ଧନିଆ ସଙ୍ଗେ ଗୁଣ୍ଡ ଗୁଆ 

ଗୁଣ୍ଡିପାନ ଖାଇ ପାଟି ନାଲିଆ 

ପାକୁଆ ପାକୁଳି କେଡ଼େ ବଢିଆ।। 


କଥାରେ ରାମାୟଣ ଭାଗବତ 

ବଖାଣି ମହାଭାରତ ଚରିତ୍ର 

ଘଡି ଘଡିକେ ଯୋଡନ୍ତି ହାତ 

ଯାହା କରିବେ କଳା ସାଆନ୍ତ।। 






Rate this content
Log in

Similar oriya poem from Drama