ବାରିଷ୍ଟର_ମଧୁ_ବାବୁ
ବାରିଷ୍ଟର_ମଧୁ_ବାବୁ
ଉତ୍କଳ ଗୌରବ ମଉଡମଣୀ ସେ
ଆମ ବାରିଷ୍ଟର ମଧୁ ବାବୁ।।
ଜନମ ଦିନରେ ମନେ ପଡେ଼ ଆଜି
ତେଜେ ଭରୁ ତୁମ ବୀର କିର୍ତ୍ତୀ ।।
ଏ ଜାତି ସେ ସବୁ ଭୁଲି ତ ଗଲାଣି
ଉଠେଇଲେ ଆଉ ସେ ଉଠୁନି।।
ଅଦ୍ୟପି ଉଠିବା ରହିଗଲା ବାକି
ସାକ୍ଷୀ ଅଛି ପରା ଚକା ଆଖି।।
ନିଶ୍ଚେ ତ ଜାଗିବ ଏ ଜାତିର ପୁଅ
ଦିନେ ଗର୍ବରେ ଟେକିବ ମୁଁହ ।।
ହୋଇଥିଲେ ପ୍ରଥମ ଓଡ଼ିଆ ମନ୍ତ୍ରୀ
ଆଶିଷ ତବ ଦିଅ ହେ ଅଜାଡ଼ି ।।
ତୁମରି ଆପ୍ରାଣ ଉଦ୍ୟମ ବଳରେ
ଏ ଜାତି ହୋଇଅଛି ସଜାଡ଼ି।।