STORYMIRROR

Debabrata Barik Debunu

Abstract

3  

Debabrata Barik Debunu

Abstract

ମୁଁ ବର୍ଷା

ମୁଁ ବର୍ଷା

1 min
25


ମୁଁ ବର୍ଷା.... 

ଶିଳ୍ପୀର ତୂଳୀରେ

କବିତା ଲେଖନୀରେ, 

ସ୍ଵତିର ଗୋଧୂଳିରେ

ଦୁଇ ଟୋପା ଲୁହ ହୋଇ 

ବାସ୍ ମୁଁ ବଞ୍ଚିଛି ମେଘ ମଲ୍ଲାରେ।। 

ମୁଁ ବର୍ଷା.... 

ମୁଁ ବି ଫେରେ ଭିଜାଇବାକୁ

ବିଧିରେ ନିର୍ଦ୍ଦେଶରେ, 

କାଳେ କାଳେ

ସାବଜା କରିଦେବାକୁ

ଶୁଷ୍କ ଚାତକ ପରି।।

ମୁଁ ବର୍ଷା...... 

ଆଁ କରିଥାଏ ମାଟି

ଚାଷୀ କୁଳର ଆଶା, 

ଧୀବର ଭାଇର

ଅଭାବୀ ସଂସାରକୁ

ମୁଁ ସଜାଇ ଦିଏ।।

ମୁଁ ବର୍ଷା.... 

ସାଧବ ପୁଅର

ସାତ ଦରିଆପାରି, 

ବୋଇତଟି ଭସେଇ ଦିଏ

ମୁଁ ବର୍ଷା... 

ଅଦରକାରୀ ଇତିହାସ

ରଙ୍ଗହୀନ ଅଙ୍କା, 

କାହାର କାନଭାସର ଭାଷା

ଆଉ ଭିଜୁଥିବା କଙ୍କ୍ରିଟ୍ ଜଙ୍ଗଲ।।

ମୁଁ ବର୍ଷା..... 

ନା ଅଛି ମାଟି

ନା ଅଛି ତାର ବାସ୍ନା, 

କେବଳ ଭିଜାଇବାର

ବୃଥା ପ୍ରସନ୍ନତା

ଅବୁଝା ନୀରବତା

ମୁଁ ଆଜି ସହରର

ଦୁଇଧାଡ଼ି ଅଲଣା କବିତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract