STORYMIRROR

Debabrata Barik Debunu

Romance

3  

Debabrata Barik Debunu

Romance

ବିଶ୍ବାସ କର

ବିଶ୍ବାସ କର

1 min
12.1K


ତଥାପି କାହିଁକି କେଜାଣି 

ତୁମର ଅଜସ୍ର ଅଭିମାନ ମୋ ଉପରେ..!

ବିଶ୍ୱାସ କର..

ଥରେ ଯଦି ଧରା ଦିଅନ୍ତ ମୋ ହାତରେ 

ଗୋଟାପଣେ କରିନିଅନ୍ତି ତୁମକୁ...

ଆଉ ଅପେକ୍ଷା କରିବାକୁ 

ପଡନ୍ତାନି ବର୍ଷର ସେଇ ଦିନକୁ..।

ଆରେ ଏ କ'ଣ..? ତୁମେ ହସୁଛ..

ହଁ ହସ ଆହୁରି ହସ

ହସି ହସି ପାଗଳ ହୋଇଯାଅ

ଜାଣିଛି ମୋ ଭାବନା କେବେ 

ତୁମକୁ ସ୍ପର୍ଶ କରିପାରିବନି..

ତଥାପି ମୋର ଏହି 

କଳ୍ପନା ତୁମ ପାଇଁ..

ପାରିବ ଯଦି ଗୋଟେ 

ଅନୁରୋଧ ରଖିବ..

ତୁମ ରଙ୍ଗ କେବଳ 

ଦେହରେ ନ ଲାଗୁ

ଲାଗିଯାଉ ପ୍ରାଣରେ 

ଯାହାକୁ ଉଡେଇପାରିବନି 

ଶକ୍ତିଶାଳୀ ମଳୟ 

କି ଧୋଇପାରିବନି ପ୍ରଖର 

ସ୍ରୋତଗାମୀ ଜଳ ପ୍ରବାହ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance