STORYMIRROR

Ansuman Swain

Classics

3  

Ansuman Swain

Classics

ତୋ ସନ୍ଧ୍ୟା ଦର୍ଶନ

ତୋ ସନ୍ଧ୍ୟା ଦର୍ଶନ

1 min
207


ସତେ କେଡେ ମନ ଲୋଭା

         ତୋ ସନ୍ଧ୍ୟା ଦର୍ଶନ 

ସୁନ୍ଦର ସୋଭିତ ଦିଶେ 

        ପତିତ ପାବନ 

ଶରଧା ବାଲିରେ ମୋର 

       ହଜି ଯାଏ ମନ

ଆନନ୍ଦ ଉଲ୍ଲାସେ ନାଥ 

       ଗାଏ ମୁଁ ଭଜନ 

ସତେ କେଡେ ମନ ଲୋଭା

     ତୋ ସନ୍ଧ୍ୟା ଦର୍ଶନ ....।

ହରି ବୋଲ ନାମ ଶୁଭେ

       ଭକ୍ତଙ୍କ ମୁଖରୁ 

ଯୁଆଡେ ଚାହିଁଲେ ଦିସ

      ହେ ଦିନ ଦୟାଳୁ 

ଆଲୋକ ରେ ଭରା ଏଠି

      ତୁଳସୀର ବନ

ସବୁ କ୍ଷେତ୍ର ଉଭା ତୁମେ

      ହେ ଚକା ନୟନ 

ସତେ କେଡେ ମନ ଲୋଭା

      ତୋ ସନ୍ଧ୍ୟା ଦର୍ଶନ.....।

ତମ ନେତ୍ରେ ନିଦ୍ରା ନାହିଁ 

       ଚାହିଁ ଥାଅ ସଦା 

ଦୁଖୀଙ୍କ ସେବକ ସାଜି 

     କରୁ ଥାଅ ସେବା  

ସେଥି ପାଇଁ ତମ ଧାମେ

     କୋଟି,କୋଟି ଜନ

ହରି ବୋଲ ନାମ ଧରି 

      କରନ୍ତି  କୀର୍ତ୍ତନ

ସତେ କେଡେ ମନ ଲୋଭା

              ତୋ ସନ୍ଧ୍ୟା ଦର୍ଶନ.......।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics