STORYMIRROR

Subhalaxmi Nayak

Classics

3  

Subhalaxmi Nayak

Classics

ପରିଚୟ

ପରିଚୟ

1 min
271

ପରିଚୟ କଲମ ମୁନରେ ନୁହେଁ

କାରଣ କାଗଜରୁ ସ୍ୟାହି ଲିଭି ଯାଇପାରେ

ପରିଚୟ ନାମକରଣରେ ନୁହେଁ

କାରଣ ମଣିଷକୁ ମିଳେ ଗୋଟେ ହିଁ ଠିକଣା


ପରିଚୟ ମିଳେ ସେଇ ଠିକଣାକୁ ଆପଣେଇବା ପରେ

ପରିଚୟ ମିଳେ ଚାଲିଯିବା ପରେ

ମଶାଣି ଜୁଇରେ ଜଳି ପାଉଁଶ ହେଲା ପରେ

ପରିଚୟ ମିଳେ ସେତିକିବେଳେ

କୋଟି ହୃଦୟରେ ରହିପାରିଲେ ଜୀବିତ ଯୁଗଯୁଗାନ୍ତରେ


ସ୍ମୃତି ଉଆସରୁ ଶବ୍ଦ ପାହାଚରେ

ସାରସ୍ୱତ ସାଧନା ପଥେ ପାଦ ଥାପିଲା ପରେ 

ପୁଣି ସେହି ସ୍ୱପ୍ନ ରାଇଜକୁ ଫେରି 

ଟିକି ଟିକି ତାରା ଭିତରେ 

ମୋ ହଜି ଯାଇଥିବା ଜହ୍ନକୁ ଖୋଜେ

ଅଭିମାନ କରି ନୁହେଁ ବରଂ 

ଜହ୍ନ ଆଉ ଜୋଛନାର ମିଳନରେ

ପରମ ତୃପ୍ତିରେ ମୁଁ ଭିଜେ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics