STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Classics

3  

ପ୍ରିୟଦର୍ଶିନୀ ମହାନ୍ତି

Classics

ମୋହ

ମୋହ

1 min
474


ମାୟାର ଚକ୍ରରେ ମୋହଗ୍ରସ୍ତ ସର୍ବେ

ମାୟାଜାଲେ ଛନ୍ଦାଛନ୍ଦି

ତୁଚ୍ଛ ବସ୍ତୁ ପ୍ରତି ଆକର୍ଷିତ ହୋଇ

ମୋହରେ ହୁଅନ୍ତି ବନ୍ଧି

କିଟରୁ ପତଙ୍ଗ, ଆବାଳ ବୃଦ୍ଧ ବନିତା

ସଭିଏଁ ମୋହରେ ଛନ୍ଦା

ଫୁଲର ମୋହରେ ଭ୍ରମନ୍ତି ଭ୍ରମର,ପ୍ରଜାପତି ମହୁମାଛି ନାନା ପତଙ୍ଗ ଆଦି

ମୋହ କରିଦିଏ ଜ୍ଞାନଶୂନ୍ୟ 

ଲକ୍ଷ୍ୟ ହାସଲ ଦିଗରେ କରିଦିଏ ଚଳଚଞ୍ଚଳ

ପଞ୍ଚଭୂତରେ ଗଢ଼ା ଶରୀରକୁ ବି ମାଟି ମା'ର ମୋହ

ଅପେକ୍ଷାରତ ସେ ମାଟି ମାଆ

କେବେ ଲୀନ ହେବ ଶରୀର ତା ଗର୍ଭରେ


ସ୍ୱୟଂ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ମଧ୍ୟ

ମାୟାବିନି ସ୍ୱର୍ଣ୍ଣମୃଗ ମୋହରେ ପଡି

କରିଥିଲେ ଅନୁଧାବନ

ଫଳ ସ୍ୱରୂପ ଲକ୍ଷ୍ମଣ ରେଖା ଲଙ୍ଘନ କରି

ଜନକ ନନ୍ଦିନୀ ମାଆ ସୀତା ହୋଇଥିଲେ ଅପହରଣ

ଯହିଁ ନର ରୂପୀ ନାରାୟଣ ହୋଇଗଲେ ମୋହଗ୍ରସ୍ତ

ସେଠି ଛାର ମନୁଷ୍ୟ ବା କିପରି ବର୍ତ୍ତିପାରିବ



ଶୁଷ୍କ ମରୁଭୂମିରେ ତୁଷାର୍ତ୍ତ ପଥହରା ପଥିକ

ଜଳ ଅନ୍ୱେଷଣେ ଉତ୍ତପ୍ତ ବାଲୁକା କରେ ଅତିକ୍ରମ

ଅନତି ଦୂରରେ ଦୃଶ୍ୟମାନ ହୁଏ ଜଳର ଉତ୍ସ

ଆଶାର ଆଲୋକ ମୁହେଁ ଖେଳାଇ

ମନରେ ଅସୀମ ସାହାସ ଓ ସହାସ୍ୟ ବଦନରେ

ଲକ୍ଷ୍ୟ ସ୍ଥଳକୁ ଧାବନ

ଚାଲିବାର ଗତି ବଢିବା ସହ 

ଲକ୍ଷ୍ୟ ମଧ୍ୟ ଦୂରେଇ ଦୁରେଇ ଯାଏ

ମୋହବିଷ୍ଟ ହୋଇ ମାୟା ପଛରେ ଧାଇଁ ଧାଇଁ

ଶେଷରେ ନିରାଶ ହିଁ ପ୍ରାପ୍ୟ ହୁଏ


ନାନାଦି ଦୁଃଖ କ୍ଳେଶର କାରଣ ମୋହ

ସ୍ରଷ୍ଟା ତ ରଚିଛି ସୃଷ୍ଟିକୁ

ସୃଷ୍ଟିରେ ଖଞ୍ଜିଛି ମୋହ

ମୋହ ଯଦି ପ୍ରବେଶ ନ କରେ ଜିବାତ୍ମାରେ

ହୁଅନ୍ତା କି ଗଢି ସଂସାର

ମାୟା, ମୋହ ଦ୍ୱାରା ଗଡ଼ିଥାଏ 

ସଂସାର ରୂପକ ରଥ

ମୋହକୁ ଯେ କରିପାରନ୍ତି ଆୟତ୍ତ

ହୋଇଯାଆନ୍ତି ସନ୍ୟାସୀ, ସାଧୁ,ସନ୍ଥ

ଏବଂ ସେମାନେ ହିଁ ରହିପାରନ୍ତି

ସାଂସାରିକ ବନ୍ଧନରୁ ମୁକ୍ତ


ପ୍ରବାସୀ ମନରେ ଗାଁ ମାଟି ପ୍ରତି ମୋହ

କାଶତଣ୍ଡି ମୋହ ଶରତ ପାଖରେ

ଝରଣାର ମୋହ ତୁଟେ ସାଗରେ ହଜିଲେ

ମୃଗତୃଷ୍ନା ନ ଥିଲେ ନିଳତୃଷ୍ନା ମିଳିବା ଅସମ୍ଭବ

'ମୋହ' ଅତ୍ୟନ୍ତ ପ୍ରଭାବଶାଳୀ

ଅତି ସହଜରେ ପ୍ରଭାବିତ କରି

ଗ୍ରାସ କରିଦିଏ ସଭିଙ୍କୁ


ମୋହ ଗ୍ରସ୍ତ ନକରିଥିବା ବ୍ୟକ୍ତି

ପରମାତ୍ମା, ପରମେଶ୍ୱରଙ୍କୁ ପ୍ରାପ୍ତ କରିଥାଏ

ମୋହ ର ତୃଷ୍ଣା କେବେ ମେଣ୍ଟେନି

ପ୍ରଶମିତ ହୁଏନି କ୍ଷୁଧା

ମୋହ ସମ୍ବରଣ ହୋଇ ପାରେନି

ବଢି ବଢି ଚାଲେ ଦିଗନ୍ତ ବିସ୍ତାରି

ଆଶା, ଆକାଂକ୍ଷା, ଅପେକ୍ଷା ହିଁ 

ମୋହ ର କାରଣ।







Rate this content
Log in

Similar oriya poem from Classics