STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Tragedy

3  

ପ୍ରିୟଦର୍ଶିନୀ ମହାନ୍ତି

Tragedy

ପରଦେଶୀ ପ୍ରିୟ

ପରଦେଶୀ ପ୍ରିୟ

1 min
182


ତୁମେ ଅଛ ସାଥି ଦୂର ଦେଶେ ଯାଇ

କେମିତି ବଞ୍ଚିଛି କୁହ,

ଜୀବନ ଲାଗଇ ଅଲୋଡା ଯେସନ

ଦିଶେ ଖାଲି ତୁମ ମୁହଁ।


ଦୂର ପାହାଡ଼ଟି କୁଞ୍ଚ କୁଞ୍ଚିଆ ଯେ

ଦୂରରୁ ଦିଶେ ସୁନ୍ଦର,

ପରଦେଶୀ ପ୍ରିୟ ସ୍ମୃତି ହେଲେ ଜାତ

ଆଙ୍କେ ବେଦନାର ଗାର।

ମନେ ଆସେ ଦ୍ଵନ୍ଦ୍ୱ ଅପେକ୍ଷାର ଅନ୍ତ 

ଘଟିବକି କେବେ କୁହ,

ତୁମେ ଅଛ ସାଥି ଦୂର ଦେଶେ ଯାଇ

କେମିତି ବଞ୍ଚିଛି କୁହ।


ବର୍ଷା ଆଗମନେ ମୟୂର ନାଚଇ

ନଭେ ଶୋଭେ ସୌଦାମିନୀ

ସୂର୍ଯ୍ୟର ଆଗତେ କୁମୁଦିନି ଫୁଟେ

ଚନ୍ଦ୍ର ପାଇଁ କମଳିନୀ

ଆସିବ ନିଶ୍ଚୟ ଏ ମନର କଥା

କେବେ ହେଁ ଅନ୍ୟଥା ନୁହଁ,

ତୁମେ ଅଛ ସାଥି ଦୂର ଦେଶେ ଯାଇ

କେମିତି ବଞ୍ଚିଛି କୁହ।


ପ୍ରୀତିର କୁସୁମ ସାଇତି ରଖିଛି

ଖାସ ତୁମ ପାଇଁ ପ୍ରିୟ,

ତୁମେ ଅଛ ସାଥି ଦୂର ଦେଶେ ଯାଇ

କେମିତି ବଞ୍ଚିଛି କୁହ।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy