STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Tragedy

3  

ପ୍ରିୟଦର୍ଶିନୀ ମହାନ୍ତି

Tragedy

ଗାନ୍ଧୀ ହେ

ଗାନ୍ଧୀ ହେ

1 min
257

ଗାନ୍ଧୀ ହେ !

ତୁମେ ଆସିବ କି ଥରେ ଫେରି,

ତୁମ ସତ୍ୟ ,ଅହିଂସାର ବାର୍ତ୍ତାକୁ ଧରି...


ସାବରମତୀର ସନ୍ଥ ତୁମେ,

ତୁମେ ତ ଯୁଗପୁରୁଷ..

ଶାନ୍ତି , ମୈତ୍ରୀର ଲକ୍ଷ୍ୟ ନେଇ

ପୁଣି ଥରେ ଫେରି ଆସ।


ଗାନ୍ଧୀ ହେ.! 

ତୁମେ ଏ ଦେଶର 

ଥିଲ ସୁଯୋଗ୍ୟ ସନ୍ତାନ,

ତୁମ ନୀତି ଆଦର୍ଶ ,ସାଧନା ଫଳରେ

ହେଲୁ ସିନା ଆମେ ସ୍ୱାଧୀନ.. 

ତଥାପି ପୂରଣ ହୋଇଛି କି କୁହ

ତୁମ ରାମରାଜ୍ୟର ସପନ !


ଆବାଳବୃଦ୍ଧବନିତା ମନରୁ

ଯାଇନି ଭୟ,

ସତ୍ୟର ବେକରେ ଛୁରାଘାତ ହୁଏ

ଅସତ୍ୟର ହୁଏ ଜୟ...


ଦଳିତ ,ଦୁର୍ବଳ ନୁହେଁ ସୁରକ୍ଷିତ

କାହୁଁ ବାଦ୍ ଯିବ ନାରୀ,

ଗାନ୍ଧୀ ହେ..

ତୁମେ ଆସିବ କି ଥରେ ଫେରି

ତୁମ ସତ୍ୟ ଅହିଂସାର ବାର୍ତ୍ତାକୁ ଧରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy