STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

"କବିର ଲେଖନୀ"

"କବିର ଲେଖନୀ"

1 min
364

   ଦେଖେନି ସେ କେବେ

     ତା'ର ବନ୍ଧୁ ପରିଜନ

   ଚିନ୍ତେନି ସେ କେବେ

   ଲାଭ କ୍ଷତି ଅବା ମାନ ଅପମାନ

    ଆଗତ ଭବିଷ୍ୟତ ର

     ଘଟଣା ଦୁର୍ଘଟଣା ର 

   ମାନେ ସେ ବୁଝେନି

   ଚଳାଏ ତା'ର ମୁଖ୍ୟ ଅସ୍ତ୍ର

    ସେ କବିର ଲେଖନୀ ।


    ମନ ତା ମାନେନି

    ଜୀବନ ଜୀବିକା ର

     ଚିନ୍ତା ସେ ଲୋଡେନି

   କବିତା ଲେଖିବା 

     ନୁହେଁ ତା'ର ପେଶା

   କବିର କବିତା ତା ପାଇଁ ନିଶା

   ମାନସିକ ଶାନ୍ତି

      ସମାଜର ମୁକ୍ତି ପାଇଁ

    କବି ଚଲାଏ ତା ଲେଖନୀ ।


    ନିଛକ ସତ୍ୟର ଉନ୍ମୋଚନ

    ସମାଜରେ ଆଣିବାକୁ ବିବର୍ତ୍ତନ

   ନିତି ଝରାଏ ତା କବିତା ର ନିର୍ଝରିଣୀ

     ଦୁଃଖ କଷ୍ଟେ ରହି ମଧ୍ୟ

    କବି କେବେ ତା'ର ସ୍ଵାର୍ଥ ଖୋଜେନି

    ଖୋଜି ଚାଲେ ପ୍ରେମ, ପ୍ରଣୟ, 

      ବିରହ, ପ୍ରତାରଣାର

     ଖୋଜେ ସେ ଲାଜେଇ ପ୍ରିୟା ର

     ହୃଦୟର ଜ୍ଞ୍ଲାନି

    କବି ଟିଏ ଭାରି ସ୍ଵାଭିମାନୀ

     ଖୋଜେନା ସେ ତା ଜୀବନେ

     ଲାଭ ଓ ଲୋଭ

     ବାନ୍ଧି ପାରେନା ତାକୁ

     ସ୍ଵାର୍ଥ ର ବନ୍ଧନୀ

    ସେ ସଦା ସର୍ବଦା ମୁକ୍ତ

     ସେ ପାଠକ ପାଠିକା ଙ୍କ ଭକ୍ତ

     ସ୍ଵାଧୀନ ତା'ର ନିଜସ୍ଵ ମନ ହୃଦୟ

      ସ୍ଵାଧୀନ ତା'ର ଶାଣିତ ଅସ୍ତ୍ର ଲେଖନୀ ।


     କବି କବୟିତ୍ରୀ 

    ଜୀବନର ପ୍ରତିଟି ମର୍ମକୁ ବୁଝନ୍ତି

     ସବୁ ପରିବେଶ ପରିସ୍ଥିତି କୁ

     ସେମାନେ ହୃଦୟଙ୍ଗମ କରନ୍ତି

     ନ ଥାଏ ତାଙ୍କ ଠାରେ ଛଳନା

     ନ ଦିଅନ୍ତି କାହାକୁ ତାଡନା

      ନିଶା ତାଙ୍କ ନୂତନ ସୃଜନୀ

      ନୂଆ ସକାଳର ସ୍ଵପ୍ନ ଦେଖି

      ନୂଆ ସୃଷ୍ଟି ରେ ଥାଏ ତାଙ୍କ ଆଖି

      ସମାଜେ ଓ ଦେଶେ 

       ଆଣିବାକୁ ଶାନ୍ତି ମୈତ୍ରୀ

     କବି କବୟିତ୍ରୀ ତାଙ୍କ ଲେଖନୀ ଚଳାନ୍ତି ।


     ମଣିଷ ର ସ୍ଵାଧୀନତା

    ସମାଜରେ 

   ପ୍ରତିଷ୍ଠା କରିବାକୁ ସାମାଜିକତା

    ଆଣିବାକୁ ବିଶ୍ଵେ ନୀତି ନୈତିକତା

     ଆଦର୍ଶଗତ ଉପଲବ୍ଧି ଭିତରେ

    ପ୍ରତିଷ୍ଠା କରିବାକୁ ଚେଷ୍ଟିତ କବି

     ସଦା ସର୍ବଦା ବ୍ୟକ୍ତି ସ୍ଵାଧୀନତା

    କବି ଟିଏ ମୁଁ ନୁହେଁ 

     ଆମେ ରେ ବିଶ୍ବାସୀ

    ନୀଳକଣ୍ଠ ସାଜି ସମାଜ ର

     ବିଷ ପିଏ ହସି ହସି

    ସଂଘର୍ଷ, ସଂଗ୍ରାମ, 

     ଶୋଷଣ କଷଣେ ଭରା

     କବି ବା କବୟିତ୍ରୀ ର ଆତ୍ମଜୀବନୀ

     ସେଇଥିରୁ ଜନ୍ମ ନିଏ 

     କବିର କବିତା ର ସୃଜନୀ

     ଯୁଗେ ଯୁଗେ କବିଟିଏ ଦୁଃଖୀ

      ବଞ୍ଚିଥାଏ ଖାଲି ନେଇ ତା

      ଜୀବନର ଆତ୍ମ ଜ୍ଞ୍ଲାନୀ

     ତା ଦୁଃଖ କୁ କେହି ବି ବୁଝେନି

     ତା ହୃଦୟର ବ୍ୟଥା କୁ

      କେହି ବୁଝି ପାରେନି

    ସବୁ ଘାତ ପ୍ରତିଘାତ ମଧ୍ୟେ

     କବି ଲେଖେ ତା କବିତା

      ଚଳାଇ ତା ଲେଖନୀ

      କବିର ଚିର ସାଥୀ

      ଲେଖଇ ଯା ମାଧ୍ୟମେ

     କବିତା ର ପ୍ରତିଟି ପଂକ୍ତି

      କବିକୁ ଯୋଗାଏ ଯେ

      ପ୍ରତି କ୍ଷଣେ ଅନୁକ୍ଷଣେ 

       ନାନାବିଧ ସୃଜନୀ

     କବିର ଲେଖନୀ

       ସେ କବିର ଲେଖନୀ ।


  

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract