Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ହସ ଦେଖିଛି ଲୁହ ଦେଖିଛି

ହସ ଦେଖିଛି ଲୁହ ଦେଖିଛି

1 min
205


ହସ ଦେଖିଛି ଲୁହ ଦେଖିଛି

ସୁଖ ଦେଖିଛି ଦୁଃଖ ଦେଖିଛି

ଦେଖିଛି ସ୍ଵପ୍ନ କେତେ ଯେ

ଜୀବନେ ମୋ'ର

ଏହି ହସ ଲୁହର ଚକ୍ର ବ୍ୟୁହରେ

ଏହି କି ଜୀବନ ସଂଜ୍ଞା ମୋ'ର ?


ପ୍ରେମ ଦେଖିଛି ପ୍ରଣୟ ଦେଖିଛି

ଦେଖିଛି ଯନ୍ତ୍ରଣା ଦାୟକ ମୁହୂର୍ତ୍ତ

ମୋ ଅତୀତ ଜୀବନର

କେତେ ଯେ କଥା କେତେ ଯେ ଗାଥା

ନିଭେଇଛି ଅଙ୍ଗେ ମୋ'ର ।


ଭୋକ ମାରିଛି ଶୋକେ ମରିଛି

ଛଟପଟ ହୋଇ ସମୟ ସାରିଛି

ଗରିବୀ ଜାଳିଛି ଅଭାବ ଜଳିଛି

ଜୀବନେ କେତେ ଅନୁଭବ

ଅନୁଭୂତି କରିଛି

ଆଜି ଯାଏଁ ଏ ଜୀବନ ର ସଂଜ୍ଞା

ବୁଝି ନ ବୁଝିଲା ପରି ରହୁଛି ।


ପରିବାର ଦେଖିଛି

ପରିବେଶ ଦେଖୁଛି

ପ୍ରିୟା ଦେଖିଛି ପ୍ରୀତି ଦେଖିଛି

ଜୀବନର ଅଙ୍କା ବଙ୍କା ରାସ୍ତା ରେ

ପ୍ରିୟା ପ୍ରୀତି ପ୍ରଣୟର

ଆଜି ମୁଁ ସଂଜ୍ଞା ଖୋଜୁଛି ?


ନୀତି ଦେଖିଛି ଅନୀତି ଦେଖିଛି

ଆଜିର ସମାଜେ ଦୁର୍ନୀତି ଦେଖୁଛି

ଭ୍ରଷ୍ଟାଚାର ଭ୍ରଷ୍ଟାଚାରୀଙ୍କୁ ଦେଖୁଛି

ସତେ ଭ୍ରଷ୍ଟଙ୍କ ହସ୍ତେ

ଏ ଦେଶ ସମାଜ ବନ୍ଧା ପଡିଛି

ବିଶୃଙ୍ଖଳାର ଶୃଙ୍ଖଳ ମଧ୍ୟେ

ଯେପରି ଏ ବିଶ୍ଵ ବନ୍ଧା ପଡ଼ିଛି ।


ମାୟା ମୋହରେ

ଆଜି ର ମଣିଷ ବୁଡି ଯାଇଛି

ବିଷୟା ଲାଳସା ରେ

ଆଜି ସଢି ଯାଇଛି

ସମଗ୍ର ମାନବ ସଭ୍ୟତା ର

ସ୍ଵାର୍ଥାନ୍ଧ ମଣିଷ ଆଜି

ଅର୍ଥ କ୍ଷମତା ଲୋଭେ ପଡି

ସମ୍ପର୍କର ମାନେ

ଏବେ ଏ ମଣିଷ ଭୁଲି ଯାଇଛି ।


ମରି ମରି ଆଜି ଏ ମଣିଷ ବଞ୍ଚୁଛି

କେବଳ କୁ ବୁଦ୍ଧି ମନେ ପାଞ୍ଚୁଛି

ଖାଲି ଧନ ସଞ୍ଚୁଛି

ଜ୍ଞାନୀ ବୋଲି କହି ଅଜ୍ଞାନ ବାଣ୍ଟୁଛି

କେତେ କଥା କେତେ ବ୍ୟଥା ନେଇ

ଜୀବନେ ଅନେକ ଝଡ ଆସିଛି

ଦେଶ, ସମାଜ,

ସାମାଜିକ ବ୍ୟବସ୍ଥା ର

ନାନା ପ୍ରକାର ଭେଦ ଦେଖିଛି

ଏମିତି ଏ ଜୀବନ ଯାତ୍ରାରେ

କେତେ ହସ ଦେଖିଛି

କେତେ ଲୁହ ଦେଖିଛି

ସୁଖ ଦେଖିଛି ଦୁଃଖ ଦେଖିଛି ।



Rate this content
Log in

Similar oriya poem from Abstract