STORYMIRROR

Mamatamanjari Das

Abstract

3  

Mamatamanjari Das

Abstract

ମଣିଷ ଜୀବନ ଅଛିଣ୍ଡା ଗଣିତ

ମଣିଷ ଜୀବନ ଅଛିଣ୍ଡା ଗଣିତ

1 min
339


ଜୀବନ ଟା ଏକ ଅଛିଣ୍ଡା ଗଣିତ

ଯୋଗ ,ଭାଗ ,ବିୟୋଗର

ଭଲକରି ଥରେ ଅଙ୍କଟି କଷିଲେ

ଖୁସିରେ ଚାଲଇ ସଂସାର ।


ମୃତ୍ୟୁ ଟି ଅଟଇ ଏହି ଧରା ଧାମେ

ସତ୍ୟ ଆଉ ଚିରନ୍ତନ

ତଥାପି ଆମକୁ ବଞ୍ଚିବାକୁ ହୁଏ

କରି କର୍ମ ସମ୍ପାଦନ।


ପର୍ବତ ସମାନ ସମସ୍ୟା ବହୁଳ

ଏ ଜୀବନ ଚଲାପଥ

ତଥାପି ଆମକୁ ଚାଲିବାକୁ ହୁଏ

ଖୋଜି ସମାଧାନ ବାଟ ।


ସୁଖ ଦୁଃଖ ଭରା ମଣିଷ ଜୀବନ

ନଦୀର ଦୁଇ ପାରୁଶ

ମଣିଷ ଅଟଇ ସେ ନଦୀର ତରୀ

ତାକୁ ଖେଳାଏ ବିଧାତା ପୁରୁଷ ।


ପଞ୍ଚ ଇନ୍ଦ୍ରିୟ କୁ ଆୟତ୍ତ କରିଲେ

ସବୁ ହୋଇଯିବ ସମାଧାନ

ଅଛିଣ୍ଡା ଗଣିତ ଛିଡିଯିବ ବନ୍ଧୁ

ସୁଖେ କଟିଯିବ ଦିନ ।


Rate this content
Log in

Similar oriya poem from Abstract