STORYMIRROR

Binata Mohanta

Abstract Inspirational

3  

Binata Mohanta

Abstract Inspirational

ଲୌହ ମାନବଙ୍କ ସ୍ମୃତିରେ

ଲୌହ ମାନବଙ୍କ ସ୍ମୃତିରେ

1 min
423

୧୮୭୫ ମସିହାରେ ଧରା ବକ୍ଷେ 

           ଏକ ମହାପୁରୁଷ ହୁଅନ୍ତି ଆବିର୍ଭୁତ

କାଳକ୍ରମେ ସମଗ୍ର ଜଗତେ

            ହୁଅନ୍ତି ସେ ନବପ୍ରକଟିତ ।

ବିଦ୍ୟାର୍ଥୀ ରୂପେ ଥିଲେ   

            ସେ ଅତ୍ୟନ୍ତ ବୁଦ୍ଧିମାନ

କିନ୍ତୁ ପରିବାର ଲୋକ କହନ୍ତି

            ତାଙ୍କୁ ଦାୟିତ୍ବହୀନ ।


କଲେଜ ପାଠ ସମାପନ ଲାଗି

           କରିଥିଲେ ବହୁ ପରିଶ୍ରମ ଓ କଷ୍ଟ

ବିଲାତରେ ଓକିଲାତି ପାଠ ପୁରାକରିବାରୁ

           ମନେଲଭିଲେ ତୁଷ୍ଟ ।

ଭାରତକୁ ଫେରି ହୋଇଥିଲେ

            ବାରିଷ୍ଟର କାର୍ଯ୍ୟୈ ରତ 

ଏକ ଦକ୍ଷ ଓକିଲ ଭାବେ

            ଅର୍ଜନ କଲେ ସେ ଖ୍ୟାତ ।


ଦେଖି ବିଦେଶୀ ଶାସନ କୁକାର୍ଯ୍ୟ 

           ଅତି ହୋଇଲେ ଚିନ୍ତିତ

ଦେଶକୁ ସୁଧାରି ଇଂରେଜ ମୁକ୍ତ ଲାଗି

            ମନେ କରିଲେ ନିଶ୍ଚିତ ।

ସେ ଥିଲେ ଦକ୍ଷ ପାରଦର୍ଶୀ

            ଦୃଢ ନେଲେ ପ୍ରତିଶୃତି

ଇଂରେଜ ମୁକ୍ତ ଭାରତ ଗଢିବାରେ

            ହୋଇଲେ ସେ ପ୍ରତ୍ୟର୍ଥୀ ।


ଗାନ୍ଧୀଜୀଙ୍କ ଆଦର୍ଶ ଓ ନୀତି

           କରିଥିଲା ତାଙ୍କୁ ପ୍ରଭାବିତ

ସ୍ବାଧୀନତା ଆନ୍ଦୋଳନରେ

            ନିଜକୁ କଲେ ସମର୍ପିତ ।

ସର୍ବଦା କୃଷକ ଆନ୍ଦୋଳନରେ

            କରୁଥିଲେ ନେତୃତ୍ୱ

କର ଓ ଲଗାଣ ମୁକ୍ତ କରିବା ସପକ୍ଷରେ

            ରଖୁଥିଲେ ମତ ।


ସ୍ବାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ  

           ଭାବେ ହୋଇଲେ ନିଯୁକ୍ତ

ରାତି ରାତି ଉଜାଗର ହୋଇ    

          ଦେଶ ପାଇଁ ସର୍ବଦା କାର୍ଯ୍ୟରତ ।

ଶରୀରକୁ ଟାଣକରି ଲୌହପ୍ରାୟ  

           ଦେଶବାସୀଙ୍କର କରିଛନ୍ତି ସେବା

ସେଥି ଯୋଗୁଁ ଲୌହ ମାନବ ନାମେ

           ସମ୍ମାନୀତ ହୋଇଛନ୍ତି ଅବା ।


ସର୍ବଦା ସବୁ କାର୍ଯ୍ୟେ 

           ରୁହନ୍ତି ସେ ଆଗରେ

ସେଥିଲାଗି ସର୍ଦ୍ଦାର ଆଖ୍ୟା

           ବସିଲା ନାମ ପୂର୍ବରେ ।

ଏହି ମହାପୁରୁଷଙ୍କ ସ୍ମୃତିକୁ

           ମନେ ରଖିବା ନିମନ୍ତେ

ରାଷ୍ଟ୍ରୀୟ ଏକତା ଦିବସ

           ଆଜି ପାଳନ କରୁ ସମସ୍ତେ ।


             



Rate this content
Log in

Similar oriya poem from Abstract