ଗରିବର ଶୀତ
ଗରିବର ଶୀତ
କେତେ ଆଣେ ଭୀତ
କେତେ ଅସ୍ଥିର ତା ଚିତ୍ତ
ଗରିବର ଶୀତ ।
ଅସୁମାରୀ କଷ୍ଟ
ଯନ୍ତ୍ରଣା ଅନେକ
ପାଏ ପୁଣି ମନେ
ଅସଂଖ୍ୟ ଆତଙ୍କ
ଦୁଶ୍ଚିନ୍ତା କୁ ଚିନ୍ତା ରେ
କଟେ ତା'ର ଦିନ ନିତ୍ୟ
ଗରିବର ଶୀତ ।
ଧନୀ ପାଇଁ ହିତ
ବିଳାସ ବ୍ୟସନେ
କାଟେ ଦିନ ତା'ର ତ
ଖୁସି ରେ ଶୁଅଇ
ଆରାମ କରଇ
ଶୀତ ଧନୀ ପାଇଁ
ଉଷ୍ମ ଯନ୍ତ୍ର ପବନ ଖାଇ
କମ୍ବଳ ଚଦର ତଳେ
ଶରୀର କୁ ତା'ର ଢାଙ୍କି ଦିଏ ତ
ଆନନ୍ଦ ମୁଖର ଭାବେ
ଏ ସମୟ ତା'ର କରେ
କାଳାତିପାତ
ଦୁଃସମୟ ଅଟେ ଗରିବ ପାଇଁ ତ
ଗରିବର ଶୀତ ଆଣି ଦିଏ
ତା ମନେ ହୃଦେ ଭୀତ ।
ଦୁଃଖ କଷ୍ଟ ଅଟେ
ଜୀବନ ତା ଯନ୍ତ୍ରଣା ଜର୍ଜରିତ
ନ ମିଳେ ତାକୁ ତ
ଦାମୀ ଶୀତବସ୍ତ୍ର
ନିଦ ହଜାଏ ତା'ର
ସେ ଗରିବର ଶୀତ ।
ସେ ଦଳିତ ସେ ଶୋଷିତ
ଶୋଷଣ କଷଣେ ଗରିବୀ ଭିତରେ
ତା ଜୀବନ ଜୀଏଁ ତ
ନାହିଁ ନାହିଁ ର ସଂସାର ଭିତରେ
ତା ଜୀବନ ଜୀବିକା
କରେ ଅତିବାହିତ
ତା ଜୀବନ ଅଟେ ଦୁଃସ୍ଥ
ସେ ଗରିବ ଗରିବୀ ତା
ଜୀବନ ର ମିତ
ଶୀତ ଅଟେ ତା ପାଇଁ ଭୀତ
ସେ ଗରିବର ଶୀତ ।
ସେ ଶାନ୍ତ ସେ ଶାନ୍ତିର ଦୂତ
ଗରିବୀ ତା ପାଇଁ ଆଶୀର୍ବାଦ ଅବା
ଅଭିଶାପ ସେ କଥା ସେ ବୁଝେନି ତ
ନିରାଡ଼ମ୍ବର ନିରଳସ
ତା ଜୀବନ ରହସ୍ୟ
ଗରୀବି ଅଟଇ ତା ପାଇଁ ସତ୍ୟ
ସରଳ ନିଷ୍କପଟ ମଣିଷ ଟେ ସେ
ସେ ଗରିବ
ତା'ର ନ ଥାଏ କିଛି ମାନ ମହତ
ହାଡ ଭଙ୍ଗା ଶୀତେ
ନିଜ ଜୀବନ ର ମୂଲ୍ୟକୁ
ସେ ବୁଝିଥାଏ ତ
ଦୁଃଖ ଯନ୍ତ୍ରଣାଦାୟକ ଅଟେ
ତା ପାଇଁ ସେ ଗରିବର ଶୀତ ।
ଚାହିଁଲେ ବି କରି ପାରେ ନା ସେ କିଛି
ସେ ନିରୁପାୟ ଅଟେ ତା ଜୀବନ ନିରୁତ୍ସାହିତ
ଦୁଃଖ କଷ୍ଟ ଭୋଗିବା ପାଇଁ ତା ଜନ୍ମ ତ
ଏ ସମାଜ ସାମାଜିକ ବ୍ୟବସ୍ଥା
କରେନି ତା ପ୍ରତି ଦୃଷ୍ଟିପାତ
ସେ ନୁହେଁ କି ଅମୃତ ର ସନ୍ତାନ
ତା ପାଇଁ କି ହୁଏନାହିଁ
ଏ ଦେଶ ଏ ସମାଜ କିଛି ଉପକୃତ
ତଥାପି ବଞ୍ଚୁଛି ସେ ହୋଇ ଅବହେଳିତ
ବ୍ୟାଧି କଷ୍ଟ ମଧ୍ୟେ ବଞ୍ଚୁଛି ଗରିବ
ଶାସନ ପ୍ରଶାସନ କଳର ନାହିଁ ନିଘା
ବଞ୍ଚେ ସେ ଗରିବ ହୋଇ ନିଷ୍ପେସିତ
ଶୀତ ସେ ଶୀତ ।