ଶୀତ ରାତି
ଶୀତ ରାତି


ସମାପ୍ତ ହେଉଛି ମାର୍ଗଶିର ମାସ
ଆସୁଛି ପୌଷର ମାସ,
କି କରିବେଭାଇ ଶୀତର ରାତ୍ରୀରେ
ପୌଷତ ଶୀତର ମାସ।
ହାଡ଼ଭାଙ୍ଗିଦେବ ଶୀତପୌଷମାସେ
ରାତ୍ରୀ ଶୀତ ଭୟଙ୍କର,
ବୃଦ୍ଧଙ୍କ ଅବସ୍ଥା କି ହୋଇବ ତହିଁ
କି ଅବସ୍ଥା ଶିଶୁଙ୍କର।
ଚିନ୍ତା ଲାଗୁ ଅଛି ଦେଖି ମାର୍ଗଶିରେ
ଶୀତତ ପୌଷରେ ବେଶୀ,
ଅବସ୍ଥା କି ହେବ ପିତୃ ମାତୃଙ୍କର
ଚିନ୍ତିଟା ତାହାର ବେଶୀ।
ଶୀତର ରାତ୍ରି ଟି ଦିଏଟି ଯନ୍ତ୍ରଣା
ବ୍ୟତୀତ ଟା ଅସମ୍ଭବ,
ଶିଶୁ ଓ ବୃଦ୍ଧଙ୍କ ଅବସ୍ଥା କିହେବ
ଶୁ
ଭୁଥାଏ ବୃଦ୍ଧରାବ୍।
ବୃଦ୍ଧ ରାବ୍ ଯହିଁ ଦିଏଟି ଯନ୍ତ୍ରଣା
ଶିଶୁରାବ୍ ଶୁଭେଜୋର୍,
କିପରି କାକର ପଡୁଛି ରାତ୍ରୀରେ
ମାସ ପରା ମାର୍ଗଶିର।
ପୌଷ ଆସୁ ଅଛି କରିବ ତାଣ୍ଡବ
ପୌଷ ଟି ଶୀତର ମାସ,
ମାର୍ଗଶିର ଠାରୁ ଆହୁରି ପ୍ରଖର
ଯନ୍ତ୍ରଣା ଦେବ ବିଶେଷ।
ଦିନରେ ପଡୁଛି ସୂର୍ଯ୍ୟଙ୍କକୀରଣ
କୁହୁଡ଼ି କରେ ଆବଦ୍ଧ,
ଭୟଙ୍କର ଶୀତ ଶୀତଳ ପବନ
ରାତ୍ରୀରେ ଶୀତେଇବଦ୍ଧ।
ଜଗନ୍ନାଥ ସୃଷ୍ଟି ସବୁତ ଭାଇରେ
ଅନାଦି ଅନନ୍ତ ସେହି,
ପ୍ରକୃତିର ଅର୍ଜି ଭିଆଣ ତାଙ୍କର
ଆସେସମୟରେ ଏହି।