ଅବଶୋଷ
ଅବଶୋଷ
ଛଳଛଳ ହୋଇ ବହୁଥିଲା ଦିନେ
ପାହାଡ ବକ୍ଷରୁ ଝରଣାଟିଏ
ଝରି ପଡୁଥିଲା ହୃଦୟ କନ୍ଦରୁ
ମମତା ମଧୁର ବନ୍ଧନ ଖିଏ ।
କୁଳୁକୁଳୁ ତାନେ ବହି ଯାଉଥିଲା
ଅଙ୍କାବଙ୍କା ହୋଇ ଆମ ଗାଁ ନଈ
ହସି ଉଠୁଥିଲା ତୀର ତରୁ ଲତା
ସୁମଧୁର ତାର ପରଶ ପାଇ ।
ଆମ ଘର ପାଖ ଟିକି ଗଡିଆରେ
ଫୁଟୁଥିଲା ଫୁଲ କମଳ କଇଁ
ଦୁଧେଇ ନାଳର ତୁଠ ଓ ଘାଟରେ
ହେଉଥିଲେ ଭେଟ ସଭିଏଁ ଯାଇ ।
ଅନାବନା ଦଳ ପଙ୍କରେ ଭରତି
ଶୁଖୁଆ ଗରଭ ଜୀବନରେଖା
ମଳିନ ବିବର୍ଣ୍ଣ ଦିଶେ ଦଶଦିଶ
ପାଶ୍ଚାତ୍ଯ ଶିକ୍ଷାରେ ସଂସ୍କୃତି ଫିକା ।
ଅବକ୍ଷୟ ହୁଏ ବନ ସବୁଜିମା
ପାହାଡ ପର୍ବତ ପ୍ରାନ୍ତର ମୁକ୍ତ
ବିପନ୍ନ ସଙ୍କଟେ ବ୍ଯକ୍ତି ସ୍ୱଚ୍ଛନ୍ଦତା
ଅସ୍ଵଚ୍ଛ ଜୀବନ ପ୍ରବାହ ଉତ୍ସ ।
ମନ୍ତ୍ର ସୁସଂସ୍କାର ଶାନ୍ତି ଓ ଅହିଂସା
ସୁନ୍ଦର ସ୍ବରୁପେ ବଡ ହୁନ୍ଦର
ନୀତି ନାମେ ବ୍ଯାପେ ଅନୀତି ଅନ୍ଯାୟ
କପଟତା ଛଳ ଓ ବ୍ଯଭୀଚାର ।
ସ୍ବାର୍ଥ ଦାବାନଳ ଜଳେ ହୁତୁହୁତୁ
ପ୍ରଚଣ୍ଡ ମଣିଷ ହିଂସ୍ର ଦାନବ
ଦ୍ରୁତ ଗତି ବେଗେ ଘୋଟେ ଅନ୍ଧକାର
ଆଲୋକର ଶିଖା କ୍ଷୀଣ ନିଷ୍ପ୍ରଭ ।
ଦୂର କର ମନୁ ଦୁଃଖ ଅବଶୋଷ
ପ୍ରଭୁ ଜଗଦୀଶ ଜଗତନାଥ
ଉନ୍ମେଷୁ ଦିବ୍ଯତା ସତ୍ଯ ସୁସଂସ୍କାର
ତୁଟୁ ମିଥ୍ୟା ଗ୍ଳାନୀ ତମ ମ୍ଳେଚ୍ଛତ୍ବ ।