Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ସାଜିଛି ମୁଁ ନୀରବଦ୍ରଷ୍ଟା

ସାଜିଛି ମୁଁ ନୀରବଦ୍ରଷ୍ଟା

1 min
279


   ସାଥୀଟିଏ ମୁଁ କୃଷକର

   ସାଥୀଟିଏ ମୁଁ ଶ୍ରମିକର

 କୃଷକ ଓ ଶ୍ରମିକର ମୂଲ୍ୟ ବୁଝେନା 

    ଏ ତଥାକଥିତ ସରକାର

  ତେଣୁ ସାଜିଛି ମୁଁ ନୀରବଦ୍ରଷ୍ଟା

    ନାହିଁ ମୋର କିଛି କରିବାର ।


   ଏ ପୁଞ୍ଜିବାଦ ବ୍ୟବସ୍ଥା ଭିତରେ

     ପୁଞ୍ଜି ହିଁ ସବୁଠି ଦରକାର

  ନୀତି ନୈତିକତା ଶ୍ରମର ମୂଲ୍ୟ

   ବୁଝୁଛି କି ଆଜି ଏ ସରକାର ?


   ଧର୍ମ ନାମରେ ଜାତି ନାମରେ

    ଗାଦି ଖାଲି ଏମାନଙ୍କୁ ଦରକାର

    ଖଟିଖିଆ ମଜୁରିଆ ମୂଲିଆଙ୍କ

   ବୁଝେନି ମୂଲ୍ୟ ଜୀବନ ଜୀବିକାର

   ଖାଲି ଖୋସାମଦ୍ ତୋଷାମଦିଆର

     ଚାଟୁକାରିତାରେ ଚାଲିଛି

   ଆଜି ଆମ ଏ ସଭ୍ୟ ଶିକ୍ଷିତ ସରକାର

   ଶିକ୍ଷିତ ଯୁବକ ଯୁବତୀ ଆଜି ବେକାର

   କୃଷକ ଶ୍ରମିକଙ୍କ ଜୀବନ ହାହାକାର

    ମିଛ ପ୍ରତିଶ୍ରୁତି ମିଛ ଭାଷଣରେ

    ଚାଲେ ଏ ଦେଶେ ଆମ ସରକାର

   କାଙ୍ଗାଳି ଭୋଜନ ମଧ୍ୟାହ୍ନ ଭୋଜନେ

      ବିକାଶର ନାରା ଦିଅନ୍ତି

     ଆମ ଲୋକପ୍ରତିନିଧି 

     ଆମ ଏ ଲୋକପ୍ରିୟ ସରକାର ।


   ସବୁ ଦେଖି ସବୁ ଶୁଣି

    ମୁଁ ସାଜିଛି ନୀରବଦ୍ରଷ୍ଟା

    ସବୁ ନାହିଁ ନାହିଁ ଭିତରେ

   ବଞ୍ଚନ୍ତି ଆମ ଏ ଭକୁଆ ଜନତା

    ଜନତାର ସ୍ଵର ନୁହଁଇ କଠୋର

     ନେତା ରାଜନେତା ସେ ପାଇଁ

   ଆମ ସଭିଙ୍କ ଭାଗ୍ୟ ବିଧାତା

   ପୁଞ୍ଜିପତି, ଶିଳ୍ପପତି ଓ ଉଦ୍ୟୋଗପତି

     ଦେଶ ସମାଜର ଭାଗ୍ୟନିୟନ୍ତା

    ନାହିଁ ନୀତି ନାହିଁ ନୈତିକତା

     ଅସାଧୁ ଉପାୟେ ନିର୍ବାଚିତ

    ହୁଅନ୍ତି ଆମ ସଭିଙ୍କ ନେତା

   ଭକୁଆ ସାଜନ୍ତି ଆମ ନିରୀହ ଜନତା

  ମୁଁ ଓ ମୋ ଭଳି ବୁଦ୍ଧିଜୀବି ସାଜନ୍ତି ଭକୁଆ

    ସାଜନ୍ତି ନୀରବଦ୍ରଷ୍ଟା

    ସେ ପାଇଁ ସାଜିଛି ମୁଁ ନୀରବଦ୍ରଷ୍ଟା ।


    ନୀତି ଅନୀତିର ବିଚାର ନ କରି

    ବାଛନ୍ତି ସେମାନେ ସେମାନଙ୍କ ନେତା

  କୃଷକ ଶ୍ରମିକ ହତାଶ ଆଜି

  ସର୍ବହରା ହୋଇଛନ୍ତି ଖାଲି ବକ୍ତା

   ମିଛ ପ୍ରତିଶ୍ରୁତି ମିଛ ଆଦର୍ଶର

      ଦ୍ଵାହିଦେଇ ସମାଜେ

    ସେମାନେ ସାଜିଛନ୍ତି କୁତା

   ନୀତି ନାହିଁ କି ଆଦର୍ଶ ନାହିଁ

   ସର୍ବହରା ମାନେ ହୋଇଛନ୍ତି

     ଏ ସମାଜେ ନୀରବଦ୍ରଷ୍ଟା

    ସେ ପାଇଁ ଆଜି

    ସାଜିଛି ମୁଁ ନୀରବଦ୍ରଷ୍ଟା ।


  

   

    

    


  

   


Rate this content
Log in

Similar oriya poem from Abstract