STORYMIRROR

Amita Dash

Abstract Inspirational Others

3  

Amita Dash

Abstract Inspirational Others

ସାର୍ ଙ୍କର ଦାୟିତ୍ଵ

ସାର୍ ଙ୍କର ଦାୟିତ୍ଵ

1 min
404


ଛଅ ଫୁଟ୍ ର ମଣିଷ ,ହେଲେ ରଖିଛନ୍ତି ତିନି ଫୁଟ୍ ର ନିଶ।

କଥା କଥାକେ ବନ୍ଧୁକ ମୁନ ରେ କଥା କହନ୍ତି 

ପାଟି ଖୋଲିବୁତ ଗୁଳି କରି ଦେବି ରହ

ଘର ,ଘର ନୁହେଁ ତ ବନ୍ଧୁକ ର

ଗୋଦାମ 

ସକାଳୁ ସକାଳୁ ଘର ର ସବୁ କର୍ମଚାରୀ ବ୍ୟାୟାମ କର

"କଦମ ତାଲ ସୁରୁ" କହି ହୁଇସିଲ ମାରି ଦେଲେ

ଛୋଟ ଛୁଆ ମୂର୍ଚ୍ଛା ହୋଇ ପଡ଼ିଯିବ 

ସାର୍ ଆମର ଥିଲେ ସେନା ବାହିନୀ ର ପୂର୍ବତନ ବଡ଼ କର୍ମଚାରୀ

ଅନୁଶାସନ ରେ ଟିକେ ଖିଲାପ ହେବନି।

ଚାକିରୀ ଜୀବନେ ଶତ୍ରୁର ଡର ଲାଗି ରହୁଥିଲା

ବନ୍ଧୁକ ମୁନରେ ଜୀବନ ଝୁଲି ରହୁଥିଲା

ମୃତ୍ୟୁ ର ସମ୍ମୁଖୀନ ସବୁ ଦିନ ହେବାକୁ ପଡୁଥିଲା।


ଅଚାନକ ଦିନେ ମୁଁ ବନ୍ଧୁକ ସଫା କରୁ କରୁ ଅନ୍ୟମନସ୍କତା ଗୁଳି ଫୁଟିଗଲା

ଠାକୁର ବଚେଇ ଦେଲେ ମୁଣ୍ଡରେ ନ ବାଜି କାନ୍ଧରେ ବାଜିଲା।


କଥା କଥାରେ ଗୁଳି ମାରିଦେବି କହୁଥିବା ଲୋକ ନିଜ କାନ୍ଧରେ ମୋତେ ବୋହି ନେଲେ ।

ଅଖିଆ ଅପିଆ ଚାରି ଦିନ କାଳ ଡାକ୍ତରଖାନାରେ ଜଗି ରହିଲେ।

ନିଜ ରକ୍ତ ଦେଇ ଜୀବନ ଦାନ ଦେଲେ


ବିଶ୍ବାସ ହେଉନି କଠୋର ଦିଶୁଥିବା ଲୋକର ହୃଦୟ ସତରେ କେତେ କୋମଳ।

ଘରକୁ ମୋର ଖବର ଦେଇ ମାଁ, ଛୁଆଙ୍କୁ ଆଣି ଘରେ ରଖିଲେ

ମୋ ଛୁଆର ପଢା ଦାୟିତ୍ଵ ତାଙ୍କର କହି

ମୋ ସ୍ତ୍ରୀ କୁ ଧର୍ମ ଝିଅ କରି ଦେଲେ 

ମାଁ, ଛୁଆ ଆଉ ଗାଁକୁ ଯିବେନି 

କିଣି ଦେବେ ଆମ ପାଇଁ ନୂଆ ଘରଟିଏ


କଥାରେ କଥାରେ କହିଲେ ଥରେ

ମୃତ୍ୟୁ ଦେଖିବାର ଅଛି ଚାଲ ଦେଶର ସୀମା ପାଖୁ ଥରେ

ସେତିକି କଠୋର ,ସେତିକି ଟାଣପଣ ମୁହଁ ରେ ନ ରଖିଲେ

ଶତ୍ରୁ ସହ ମୁକାବିଲା କରି ପାରିବନି କେବେ

ରକ୍ତ ର ହୋଲି ଖେଳ ସବୁଦିନ ସେଠାରେ ଚାଲେ।

ଜୀବନ ନେଇ ଘରକୁ ଫେରିବା ଏ ବିଶ୍ବାସ ନ ଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract