STORYMIRROR

Amita Dash

Abstract Inspirational Others

4  

Amita Dash

Abstract Inspirational Others

ଅତିଥି

ଅତିଥି

1 min
453


ଆସଲୋ ବଉଳ ଆସ ସଙ୍ଗାତ

ଗାଧୁଆ ପାଧୁଆ ସାରିଦେବା ସଅଳ

ଆସିଚି ଋତୁ ପାର୍ବଣ ର ଦିନ

ମାଁ ଦଶ ଭୂଜାଙ୍କର ହେବ ଧରାବତରଣ

ନବ ଦିନାତ୍ମକ ପୂଜା

ହସୁଛି ଆକାଶ,ହସୁଛି ଏ ଧରା

ହସେ କାଶତଣ୍ଡୀ ନଈ ପଠା ସାରା

ପ୍ରକୃତି ର ସ୍ଵଛ ନିର୍ମଳ ଅନୁପମ ଛଟା ଦିଶେ କି ସୁନ୍ଦର ମନଲୋଭା

ଘରେ ଘରେ ଦଶହରା ପର୍ବର ପିଠା ପଣା

ନିଜ ନିଜ କୁଳବେଉଷା ର ସାମଗ୍ରୀ ଠାକୁର ଘରେ ରଖାହୋଇ ହୁଏ ପୂଜା

ବନ୍ଧୁବାନ୍ଧବ ରେ ଘର ପୁରି ଉଠେ

ବିବାହିତା ଝିଅ ଙ୍କର ଗହଳ ଚହଳ ରେ କାନ ହୋଇଯାଏ କାଲା ।।


ଅତିଥି ସେବାରେ ନ କରିବା ମନ ଉଣା

ଅତିଥି ସାକ୍ଷାତ ଈଶ୍ବର ସମାନ

ମତଲବୀ ହେଲେ ଦୁନିଆକୁ ରସାତଳ ଗାମୀ କରିବା

ଛକ କୁ ଛକ ମେଢ଼ ପୂଜା

ମାଁ ଆସିବେ ପରା ଏ ଧରା

ବସୁନ୍ଧରା ପଠାଇବ ଯାନ ନଉକା ଅଶ୍ଵ କି ଗଜ କିଏ ନେବାକୁ ଆସିବେ ଧୂଳି ଉଡ଼ାଇ ଜଗତ ସାରା 

ଷଷ୍ଠୀ, ସପ୍ତମୀ ଅଷ୍ଟମୀ ପୂଜା ସରିଲା

ଆଜି ନବମୀ ଦିନ ର ପୂଜା ଆସିଲା

ସମ୍ପନ୍ନ ହେବ ବିଧି ବିଧାନ ଆଜି ପରା କନିଆଁ ପୂଜା

ଆଜି ଆମେ ଘରେ ଘରେ ହେବା ପୂଜା

ଅତିଥି ଭାବେ କରିବେ ଆମର ସ୍ବାଗତ

କୁଙ୍କୁମ,ଅଲତା, ଫୁଲ ମାଳ ସହ ନୁତନ ପୋଷାକରେ କରିବେ ଆମକୁ ସୁସଜ୍ଜିତ

ଗୋଡ଼ ଧୋଇ ଦେବେ,ଘରକୁ ପାଛୋଟିଣ ନେବେ 

ମାଁ ଦୂର୍ଗା ଙ୍କର ନଅ ଋପ ସୁମରଣା କରି ବନ୍ଦାପନା କରିବେ

ବର୍ଷକ ରେ ଥରେ ଆସେ ଏଇ ଦିନ 

ମାଁ ଙ୍କର‌ ନଅ ଅବତାର ଭାବି କରିବେ ଆମର ପୂଜନ ।।


ଖାଇବା ଭଲ ଭଲ ସୁମିଷ୍ଟ ବ୍ୟଞ୍ଜନ 

ବୁଲି ବୁଲି ଦେଖିବା ସାଜ ସଜା ଦୂର୍ଗା ଙ୍କ ମଣ୍ଡପ 

ମେଢ ବିସର୍ଜନ ର ଧ୍ୟାନ ରଖିବା

ମାଁ କୁ ହସିହସି ବିଦାୟ ଦେବା

ଆର ବରଷ ଆସିବାର ଅପେକ୍ଷା କରିବା ।।



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Abstract