STORYMIRROR

Amita Dash

Abstract Tragedy Others

4  

Amita Dash

Abstract Tragedy Others

ମାୟା ସଂସାର

ମାୟା ସଂସାର

1 min
501


ବୁଢ଼ୀ କରିଛି ମହା ପାପ

ଷୋଡ଼ଶ ଦାନ ଦେଲେ ଜୀବନ ଯିବ

କୋଉ ଦିନୁ କତରା ନଗା ହୋଇ ହଉଚି ଦହଗଞ୍ଜ

ଦାନ ଦେଲେ ପାଟି ଖୋଲି ପାପ କହିବ


ହୋ ହାଲ୍ଲା କାଇଁ କରୁଚ

ମାଁ କୁହେ ପାପ କିଛି ନାହିଁ ନାରୀ ଜାତିର 

ଦାନ ଦେଲେ ପାଟି ଖୋଲି କହିବ


ହଁ ପାପତ କରିଛି ଅନ୍ୟାୟର କେବେ କରିନି ପ୍ରତିବାଦ

ଦୁହିତା ଦୁଇ କୁଳକୁ ହିତା 

ଦୁଇ କୁଳକୁ ପିତାର ରହିଛି ପ୍ରବାଦ

ଦୁଇ ପକ୍ଷର ହିତ ପାଇଁ ପାଲଟି ଯାଇଚି ଯାହା ମୁଁ ନିର୍ବାକ


ପୁରୁଷ ଯେତେ ନାରୀ ରଖିଲେ ଚଳିବ

ବାହା ବାସି ମୋତେ ଘରେ ଛାଡ଼ିଦେଇ ଅଜାତି ଝିଅ ନେଇ ମାରିଲା ଚମ୍ପଟ 

କହିଦେଲା ରଖ ତୁମ ବୋହୂ ଶାଶୁ, ଶଶୁରଙ୍କ ସେବା କରିବ


ହାତ ଧରି ବାହାହୋଇଥିବା ମାଇକିନିଆ ଆଉ କାହାର ହେବ ପୁରୁଷ ସହିବ

ବାହା ବାସି ପଳାଇଲା ଭାଇ ଧରି ଅଜାତି ଝିଅ

ତାକୁ ତ ଡାକିକି ତା ପାପ ପଚାରିନ


ଷୋଡ଼ଶ ଦାନ ପୂର୍ବରୁ ପାପ କହୁଚି ଶୁଣ

କାନ୍ଥ ଡେଇଁ ରାତି ଅଧରେ ଆସୁଥିବା ପର ପୁରୁଷଟି

ମୋ ମଲା ଚାରି ଛୁଆଙ୍କର ବାପା ତୁମ ଭାଇ ଜାଣ

ଏ ମାୟା ସଂସାର,ମିଛ ମଣିଷ ,ମିଛ ସମ୍ପର୍କ

ସଂସ୍କାର ନାଁ ରେ କୁସଂସ୍କାର ଜାବୋଡି ଧରିଚ

କେବେ ନିଜ ଭାଇକୁ ପଚାରିଚ 

ମୋତେ କାହିଁକି ଜୀଅନ୍ତା ସଜେଇଲା ଭୂତ

ମୋର ଏଠି କିଏ ନିଜର

ଏ ମାୟା ସଂସାରର ମୋହରେ ପଡି ପାଇଲି କ'ଣ

ଜୀବନ କଟିଲା ବିଶ୍ବାସରେ ରହି ଦିନେ ନା ଦିନେ ସ୍ଵାମୀ ଫେରିବ

ଆସୁଥିଲା କିନ୍ତୁ ନିଭୂତ ଅନ୍ଧାରରେ ଲୁଚେଇ ମୁହଁ


ମୋ ଅନ୍ତେଷ୍ଟିରେ ନିଶ୍ଚୟ ତୁମ ଭାଇ ଆସିବ

ଅଗ୍ନିକୁ ସାକ୍ଷୀ ରଖି ହାତ ଧରି ଆଣିଥିଲା ସାତ ଜନମ

ମୁଁ ବର୍ଷକ ଯାଏ ରହିବି ତା କାନ୍ଧର

ତିକିତ ଖାଇବନି,ଦଶ ହାଣ୍ଡି ଭାତ ପାଇବନି ମୋ ପାଇଁ ପାଳିବନି

ଅମୋକ୍ଷ ହୋଇ ଘୂରିବନି


ଅହ୍ୟ ଡେଙ୍ଗୁରା ବଜେଇବ 

ଖଇ କଉଡ଼ି ବିଞ୍ଚିବ

ତେବେ ତ ଏ ମାୟା ସଂସାରରୁ ମୋତେ ମୁକତି ମିଳିବ

ବାଂଝ ତ ନଥିଲି କିନ୍ତୁ ହତଭାଗୀ ମୁଁ ମୋର ଯାହା ଫଟା କପାଳ ।

ଚାରି ଚାରିଟା ଜନମ ଦେଇ ,ଦେଇ ଦେଇଥିଲି ଯମ ହାତର


ହଁ ଏତେ ରାତିକୁ ଆଉ ନାହିଁ ସପନ

ଯିବା ଛାଡି ଏ ମାୟା ସଂସାର

ଆସିଲା ଗଲା,ଚାଲିଚି ଲୀଳା

ଗଲାପରେ କୋଉ ମାଁ ଗରଭରେ ଶୋଇପଡ଼ିଲା

ତୁମେ ଏଠି ପାଳୁଥାଅ ଶୁଦ୍ଧି କ୍ରିୟା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract