STORYMIRROR

Chittaranjan Nanda

Abstract

3  

Chittaranjan Nanda

Abstract

ମତାନ୍ଧ ଧର୍ମାନ୍ଧ ଓ କାମାନ୍ଧ,ଅନ୍ଧ

ମତାନ୍ଧ ଧର୍ମାନ୍ଧ ଓ କାମାନ୍ଧ,ଅନ୍ଧ

1 min
363

ମତାନ୍ଧ, ଧର୍ମାନ୍ଧ ଓ କାମାନ୍ଧ, ଅନ୍ଧ

ଅଟେ ତା ସ୍ଵଭାବରେ

ଦିବା ଅବା ରାତ୍ର, ଭଲ ମନ୍ଦ ନଥାଏ

ତା ହୃଦୟ କନ୍ଦରରେ


ଉପର ସୁନ୍ଦର ଭିତର ହଳାହଳ ବିଷ, 

ନଷ୍ଟ ତା ବିବେକ

ଜାଣି ଜାଣି, ଅନ୍ଧତ୍ୱ ପଣରେ, କଟୁରି

ଦ୍ୱାରା କାଟେ ବେକ


କଳିର ନିଆଁ ଜାଳିବାକୁ ଅପେକ୍ଷା କରି

ଥାଏ ପ୍ରକୃଷ୍ଟ ସମୟ ପାଇଁ, 

ରକ୍ତର ହୋଲି ଖେଳି ଧ୍ୱଂସର କାର୍ଯ୍ୟ 

କରେ ସେହି ସମୟକୁ ଚାହିଁ


ଶିଶୁଟିଏ ଜନ୍ମ ହେଲା ପରେ, କୁଆଁ 

କୁଆଁ ଦେଇଥାଏ ଡାକ

ତାହାର ହୃଦୟ ଅତ୍ୟନ୍ତ ନିର୍ମଳ, ଦେଖି

ମନରେ ଆସେ ତ ସୁଖ


ଭଲ ଲାଗେ ପ୍ରଭାତରେ ବିହଙ୍ଗର

ସୁମଧୁର ଛନ୍ଦ ତାନ

ମତାନ୍ଧ, ଧର୍ମାନ୍ଧ ଓ କାମାନ୍ଧର ମନେ

ନଥାଏ ନାଚ ଗାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract