STORYMIRROR

Ajit Kumar Raut

Abstract Others

3  

Ajit Kumar Raut

Abstract Others

ଚାରି ଆଡେ ଖୁସିର ରଙ୍ଗ

ଚାରି ଆଡେ ଖୁସିର ରଙ୍ଗ

1 min
313


ଖୁସିରେ ଧରିତ୍ରୀ ରଙ୍ଗମୟ ହେବ

ଆସୁଛି ଖୁସିର ରଙ୍ଗ,

ସେ ରଙ୍ଗରେ ସର୍ବେ ରଙ୍ଗୀତ ହୋଇବେ

ହୋଲିର ଆନନ୍ଦ ରଙ୍ଗ।୧।


ଭକ୍ତିର ଏ ରଙ୍ଗ ପ୍ରେମର ଏ ରଙ୍ଗ

କୄଷ୍ଣ ରାଧିକାଙ୍କ ରଙ୍ଗ,

ପଟାନ୍ତର ନାହିଁ ପବିତ୍ର ରଙ୍ଗର

ବିଜୟୀର ଏହି ରଙ୍ଗ।୨।


ପାପିର ବିନାଶେ ସତ୍ୟର ଏ ରଙ୍ଗ

ମିଳନର ଏହି ରଙ୍ଗ,

ଏକତ୍ରିତ ରଙ୍ଗ ରଙ୍ଗୀତ ହୁଅଇ

ଉଜ୍ଜ୍ୱଳ ଭବିଷ୍ୟ ରଙ୍ଗ।୩।


ଦେବାଳୟ ଆଉ ଧର୍ମ ଅନୁଷ୍ଠାନ

ସଜ୍ଜିତ ହେଉଛି ଜରେ,

ଗୀତା ଯଜ୍ଞ ଆଉ ପ୍ରଭୁ ଆରାଧନା

ହେଉ ଅଛି ଅତି ଜରେ।୪।


ଫଗୁଣ ମାସରେ ପୂର୍ଣ୍ଣିମା ଦିନ

ହୋଲିକା ଦହନ ଭବେ,

ତା ପରେ ବହିବ ରଙ୍ଗର ସାଗର

ଏକତ୍ରିତ ହେବେ ସର୍ବେ।୫।


ରାଧା କୄଷ୍ଣ ନାମ ଗୁଞ୍ଜନ କରିବ

ଗ୍ରାମ ଗହଳୀର ମଧ୍ୟେ,

ବାଦ୍ୟଯନ୍ତ୍ର ଆଉ ହୋଲିର ସଙ୍ଗୀତ

ଗୁଞ୍ଜୁ ଥିବ ଦେଶ ମଧ୍ୟେ।୬।


ବିଜୟୀର ପର୍ବ ପବିତ୍ର ହୋଲି ଏ

ଏକତାର ପର୍ବ ଏହି,

ସତ୍ୟର ପର୍ବ ଏ ଅହିଂସାର ପର୍ବ

ଧର୍ମର ପର୍ବଟି ଏହି।୭।


ଖୁସିରେ ଧରୀତ୍ରି ରଙ୍ଗମୟ ହେବ

ଆସୁଛି ଖୁସିର ରଙ୍ଗ,

ସେ ରଙ୍ଗରେ ସର୍ବେ ରଙ୍ଗୀତ ହୋଇବେ

ହୋଲିର ଆନନ୍ଦ ରଙ୍ଗ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract