STORYMIRROR

Rajshree Satapathy

Abstract Others

3  

Rajshree Satapathy

Abstract Others

ବେକାରୀ କୁ ଲୋଡ଼ା ଚାକିରୀ

ବେକାରୀ କୁ ଲୋଡ଼ା ଚାକିରୀ

1 min
196

ଭବିଷ୍ୟ ଗଲାଣି ଉଜୁଡି

ଗରିବୀ ଧରିଛି ଜାବୁଡି

ମିଠା ବି ପାଟି କୁ ପିତା ଲାଗିଲାଣି

ବେକାରୀ କୁ ଲୋଡ଼ା ଚାକିରୀ ।


ମହଙ୍ଗା ରେ ଚାଲେ ଜମାନା

ବନ୍ଧୁ ବାନ୍ଧବ ଙ୍କ ଯାତନା

ଘରୁ ମାଡିଆସେ ପ୍ରଶ୍ନ ର ଜୁଆର

କରିବାକୁ ବାଧ୍ୟ ସାମନା ।


ଆଖିରେ ଆଖିଏ ସପନ

ଛୁଇଁବାକୁ ମନ ଗଗନ

ସରକାରୀ ଚାକିରୀ ନିଦ ହଜେଇଛି

କେବେ ହେବ ସିଲେକ୍ସନ ??


କୋରୋନା ବଇରୀ ସାଜିଛି

ପ୍ରକୃତି ତା ରାଗ ସାଧୁଛି

ଅନ୍ୟାୟ ଅଧର୍ମ କର୍ମଫଳ ସବୁ

ମଣିଷ ଜାତିଟା ଭୋଗୁଛି ।


ଭବିଷ୍ୟ ଗଲାଣି

ଗରିବୀ

ମିଠା

ବେକାରୀ କୁ ଲୋଡ଼ା ଚାକିରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract