ବେକାରୀ କୁ ଲୋଡ଼ା ଚାକିରୀ
ବେକାରୀ କୁ ଲୋଡ଼ା ଚାକିରୀ


ଭବିଷ୍ୟ ଗଲାଣି ଉଜୁଡି
ଗରିବୀ ଧରିଛି ଜାବୁଡି
ମିଠା ବି ପାଟି କୁ ପିତା ଲାଗିଲାଣି
ବେକାରୀ କୁ ଲୋଡ଼ା ଚାକିରୀ ।
ମହଙ୍ଗା ରେ ଚାଲେ ଜମାନା
ବନ୍ଧୁ ବାନ୍ଧବ ଙ୍କ ଯାତନା
ଘରୁ ମାଡିଆସେ ପ୍ରଶ୍ନ ର ଜୁଆର
କରିବାକୁ ବାଧ୍ୟ ସାମନା ।
ଆଖିରେ ଆଖିଏ ସପନ
ଛୁଇଁବାକୁ ମନ ଗଗନ
ସରକାରୀ ଚାକିରୀ ନିଦ ହଜେଇଛି
କେବେ ହେବ ସିଲେକ୍ସନ ??
କୋରୋନା ବଇରୀ ସାଜିଛି
ପ୍ରକୃତି ତା ରାଗ ସାଧୁଛି
ଅନ୍ୟାୟ ଅଧର୍ମ କର୍ମଫଳ ସବୁ
ମଣିଷ ଜାତିଟା ଭୋଗୁଛି ।
ଭବିଷ୍ୟ ଗଲାଣି
ଗରିବୀ
ମିଠା
ବେକାରୀ କୁ ଲୋଡ଼ା ଚାକିରୀ ।