Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajshree Satapathy

Inspirational

3  

Rajshree Satapathy

Inspirational

ଶିକ୍ଷା

ଶିକ୍ଷା

1 min
270


ଶିକ୍ଷା ଜୀବନର ଅଟେମାନଦଣ୍ଡ

ଶିକ୍ଷାହୀନ ଜନ ହୁଏ ଦିଗ ଭ୍ରଷ୍ଟ ।

ଯଷ୍ଟି ବିନା ଯଥା ଅନ୍ଧ ଅବସ୍ଥା

ଶିକ୍ଷା ବିନା ଜନ ସମାଜ ତଥା ।

ଆଜି କାଲିର ବିଜ୍ଞାନ ଯୁଗେ

ଶିକ୍ଷା ର ମୂଲ୍ୟ ଟା ବଢୁଛି ବେଗେ ।

ଉନ୍ନତି କରୁଛି ଦେଶ ଆମର

ସତ୍ ଉପଯୋଗ କରି ଶିକ୍ଷାର ।

ଆକାଶେ ଉଡୁଛି ପାଣିରେ ବୁଡୁଛି

ଜହ୍ନ ରେ ଦେଇଛି ପାଦ ,

ଅସ୍ତ୍ରୋପଚାର ଠୁ ଅଙ୍ଗ ପ୍ରତିରୋପଣ

ସବୁ ହୁଏ ଫଳପ୍ରଦ ।

ସହର ଠୁ ଗ୍ରାମ ଗଗନୁ ମାଟି

ପ୍ରଜ୍ଵଳିତ ଆଜି ଜ୍ଞାନ ର ଜ୍ୟୋତି ।

ମାନବ ବିଜ୍ଞାନେ କରି ବିକାଶ

ପ୍ରକୃତି କୁ କରେ ସେ ଉପହାସ ।

ଶିକ୍ଷା କ୍ଷେତ୍ରରେ ଅଗ୍ରାଧିକାର

ନାରୀ ସମାଜ କୁ କରେ ସ୍ଵାକ୍ଷର ।

ନାରୀ ସମାଜ ହେଲେ ଶିକ୍ଷିତା

ବିକାଶ ହୋଇବ ଦେଶ ଆମର ।



Rate this content
Log in

Similar oriya poem from Inspirational