STORYMIRROR

Rajshree Satapathy

Inspirational Others

3  

Rajshree Satapathy

Inspirational Others

ମାଟିର ମଣିଷ: କୁମ୍ଭାର ଭାଇ

ମାଟିର ମଣିଷ: କୁମ୍ଭାର ଭାଇ

1 min
412

କୁମ୍ଭାର ଭାଇରେ କୁମ୍ଭାର ଭାଇ,

ମାଟି କୁ ଜୀବନ ଦେଉଛୁ ତୁହି । ....୧


ନାନା ପ୍ରକାର ର ଘରକରଣା,

ଶିଶୁଙ୍କ ପାଇଁ ଯେ କେତେ ଖେଳନା । ....୨


ଦୀପାବଳି ପାଇଁ ନାନା କିସମ,

ଦୀପ ଗଢିଥାଉ ତୁ ମନୋରମ । ....୩


ଦେବ ଦେବୀଙ୍କ ର ମୃଣ୍ମୟୀ ମୂର୍ତ୍ତୀ,

ପ୍ରଶଂସା ର ଯୋଗ୍ୟ ତୋହର କୀର୍ତ୍ତି । ....୪


ସଦା ମାଟି ପାତ୍ର ର ବ୍ୟବହାର,

ପରିବେଶ କୁ ରଖେ ପରିଷ୍କାର । ....୫


' ମାଟିର ମଣିଷ ' ତୋ ପରିଚୟ,

ନିଜ ହାତେ ସୃଷ୍ଟି କରୁ ବିସ୍ମୟ । .....୬


Rate this content
Log in

Similar oriya poem from Inspirational