ପହିଲି ବର୍ଷା
ପହିଲି ବର୍ଷା
ପହିଲି ବର୍ଷାର ଶୀତଳ ଛିଟା ମୋ
ମନକୁ କରେ ଚଞ୍ଚଳ,
ପାଇବାକୁ ତୁମ କୋମଳ ପରଶ
ହୃଦୟ ହୁଏ ବ୍ୟାକୁଳ ।
ଝରି ଝରି ଯାଏ ଜଳବିନ୍ଦୁ ଯେବେ
ଦେହକୁ ମୋହର ଛୁଇଁ,
ଭାବନାରାଇଜେ ହଜିଯାଏ ମୁହିଁ
ରାଜକୁମାରୀ ଟେ ହୋଇ ।
ରାଜକୁମାର ମୋ ସପନରାଇଜେ
ତୁମକୁ ଦେଇଛି ସ୍ଥାନ,
ଦୂରେ ଅଛ ବୋଲି ଭୁଲିଯିବ ନାହିଁ
ଭାଙ୍ଗି ଦେବନି ଏ ମନ ।
ଇନ୍ଦ୍ରଧନୁର ସାତଗୋଟିରଙ୍ଗ
ତୋଳି ଆଣିବି ମୁଁ ଆଜି,
ଭରିଦେଵି ଖୁସି ଅଧରେ ତୁମର
ମନର ମୟୁରୀ ସାଜି ।
ତୁମ ବିନା ସାଥୀ ବିବର୍ଣ୍ଣ ଲାଗଇ
ମୋ ସ୍ଵପ୍ନରଙ୍ଗ ମହଲ,
ମଧୁର ତୁମର କଣ୍ଠ ସ୍ୱର ଆହା
ସତେ କି ଅଟେ ଗଜଲ ।
ଏକା ଏକା ଏଇ ବରଷା କୁ ଦେଖି
ମନେପଡେ କେତେ ସ୍ମୃତି,
ତୁମ ସାଥେ ପ୍ରତି ଖୁସିର ମୁହୂର୍ତ୍ତ
ଅଭୁଲା ଅଟେ ସେରାତି ।